କଣ୍ଟାବାଞ୍ଜି: ତୁରେକେଲା ବ୍ଲକରେ ଗତ ତ୍ରି ସ୍ତରୀୟ ପଞ୍ଚାଏତ ନିର୍ବାଚନ ପୂର୍ବରୁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରୁ ବିଭିହ୍ନ ଗ୍ରାମର ୮ଟି ପ୍ରକଳ୍ପ ନିର୍ବାଚନ ଆଚରଣ ଵିଧି ପାଇଁ କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା।ଗ୍ରାମବାସୀଙ୍କ ଅନୁରୋଧ କ୍ରମେ କଣ୍ଟାବାଞ୍ଜି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଏବଂ ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟା ସମା ପରବିନ ଝରଣୀ ଗାଁ ର ଆଦିବାସୀ ଗୋଷ୍ଠି କେନ୍ଦ୍ର, ଲର୍କି ଗାଁର ବିଶ୍ୱକର୍ମା ମଣ୍ଡପ, ହଳନ ଭଟା ସ୍ୱୟଂ ସହାୟକ ଗୋଷ୍ଠି କେନ୍ଦ୍ର, ବାହାବଳ ଗାଁର ପ୍ରହରୀ ମଣ୍ଡପ, ମୁରିବାହାଲ ଗାଁର ପ୍ରହରୀ ମଣ୍ଡପ, ଚାରପାଣି ଗାଁ ଗିରୀ ଗୋବର୍ଦ୍ଧନ ପୂଜା ମଣ୍ଡପ ଏବଂ ଗୋପବନ୍ଧୁ ରାଜମିସ୍ତ୍ରୀ ଠିକାଦାର ସଙ୍ଘର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ, ଭୁମି ପୂଜନ କରିଥିଲେ।
ପ୍ରତ୍ୟେକ ଗୋଷ୍ଠି କେନ୍ଦ୍ର ଓ ମଣ୍ଡପର ନିର୍ମାଣ ପାଇଁ ବ୍ୟୟ ଅଟକଳ ୨ ଲକ୍ଷ ଟଙ୍କା ଥିବା ବେଳେ ୱାର୍କ ଅଡର ଡିପାର୍ଟମେଣ୍ଟାଲ ଥିବା ସହ ଗ୍ରାମବାସୀମାନେ ନିର୍ମାଣ କରିବେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି।



