www.samajalive.in
Wednesday, December 10, 2025
23.1 C
Bhubaneswar

କଣ୍ଟାବାଞ୍ଜି ସହର:ପାଣିପାଇଁ ଗାନ୍ଧିନଗର ପଡ଼ାବାସୀ କଲେ ରାସ୍ତା ରୋକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ପାଣି ସମସ୍ୟା ଗାନ୍ଧୀ ନଗର ପଡ଼ାବାସୀଙ୍କୁ କଲବଲ କରୁଛି। ଗତ ୩ଦିନ ହେଲା ପାଇପ ପାଣି ନଆସିବାରୁ ପାଣି ପାଇଁ ପଡ଼ାର ମହିଳାମାନେ ହଇରାଣ ହେଉଛନ୍ତି। ଗତ ୨ ଦିନ ତଳେ କାଳ ବୈଶାଖୀ ପବନ ବର୍ଷା ପ୍ରଭାବ ଯୋଗୁ ତାପମାତ୍ରା ସାମାନ୍ୟ କମ ରହିଥିବା ଯୋଗୁ ଜନ ସାଧାରଣଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଵା ପରେ, ବର୍ତ୍ତମାନ ପୁଣି ପାରଦ ୪୦ ଉପରେ। ଏଭଲି ସ୍ଥତିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ଏଭଳି ଖରାରେ ପାଣି ସମସ୍ୟା ଲୋକଙ୍କ କଷ୍ଟକୁ ଆହୁରି ଦ୍ୱିଗୁଣିତ କରି ଦେଉଛି। ଶେଷରେ ପାଣି ପାଇଁ ରାସ୍ତାରେ ଜନ ସାଧାରଣ। ଗତ ଦୁଇ ଦିନ ହେବ କଣ୍ଟାବାଞ୍ଜି ୧୦ ନମ୍ବର ୱାର୍ଡ ଗାନ୍ଧିନଗର ପଡାରେ ପାଣି ଆସିନଥିବା ଯୋଗୁ ପଡାବାସି ଶେଷରେ ଆନ୍ଦୋଳନର ଉଲ୍ଲାଇଛନ୍ତି। ମହିଳା, ପୁରୁଷ ଏବଂ ଛୋଟ ଛୋଟ ଛୁଆମାନେ ଗରା, ପାଣି ପାତ୍ର ଧରି ରାସ୍ତା ରୋକ କରଥିଲେ । ଆପ ନେତା ସୁରଥ ବେହେରା ରାସ୍ତା ରୋକରେ ସାମିଲ ହୋଇ କଣ୍ଟାବାଞ୍ଜି ଅଣ୍ଡରବ୍ରିଜ ରାସ୍ତା ଅବରୋଧ କରଥିଲେ। ଫଳରେ ଯାନବାହାନ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଘଟଣା ସ୍ଥଳକୁ ଥାନା ଭାର ପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦାନକେଲ ରାସ୍ତାରୋକ କରିଥିବା ମହିଳାମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମହାକୁଡ଼ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରିମାନଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରିମାନେ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରିଙ୍କୁ କିଛି ସମୟ ଅଟକ ରଖି ନିଜ ସମସ୍ୟା ବଖାଣିଥିଲେ। ତେବେ ଶିଘ୍ର ପିଇବା ପିଇବା ପାଣି ପଡାବାସିଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପଡ଼ାବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣିଯୋଗାଇ ଦେବା ପରେ ପାଣିର ସମସ୍ୟା ସାମାନ୍ୟ ଲାଘବ ହୋଇ ଥିଲା।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories