ଚୌଦ୍ୱାର : କଟକ ଉପକଣ୍ଠ ଚୌଦ୍ୱାର(ଚଷପଡା)ଠାରେ ଅବସରପ୍ରାପ୍ତ ଡାକପାଳ ପ୍ରମୋଦ କୁମାର ହୋତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘ ୩୮ ବର୍ଷ ଧରି ରାଜ୍ୟର ବିଭିନ୍ନ ଡାକଘରେ କାର୍ୟ୍ୟକରି ଶେଷରେ ବାଲୁଗାଁ ମୁଖ୍ୟ ଡାକଘରର ଡାକପାଳ ଭାବେ ସେ ଗତ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ଅଧିକାରୀ ଭାବେ କାର୍ୟ୍ୟକରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ଏହି ସମ୍ବର୍ଦ୍ଧନା ସଭାରେ କଟକ ଦକ୍ଷିଣ ଡିଭିଜନର ଅଧିକାଂଶ କର୍ମଚାରୀ, ଚଷପଡା ଉପଡାକଘରର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ହୋତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଜଗତସିଂହପୁର ମୁଖ୍ୟ ଡାକଘରର ଅବସରପ୍ରାପ୍ତ ଡାକପାଳ ଶରତ ଚନ୍ଦ୍ର ବେହେରା, ନକୁଳ ଚନ୍ଦ୍ର ପଣ୍ଡା ଓ ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ଡାକ କର୍ମଚାରୀ ସଂଘର ନେତା ଭାବେ ଶ୍ରୀ ହୋତାଙ୍କ କାର୍ୟ୍ୟକୁ ପ୍ରଶଂସା କରିବା ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ କାର୍ୟ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବାରୁ କିଭଳି ରୋଷର ଶିକାର ହୋଇଥିଲେ ସେ ନେଇ ଦୁଃଖ ପ୍ରକାଶ କରିଥିଲେ। କର୍ମଚାରୀ ସଂଘ ନେତା ପ୍ରଭାକର ଦଳେଇ ସଭା ପରିଚାଳନା କରିଥିଲେ।
ଅବସରପ୍ରାପ୍ତ ଡାକପାଳଙ୍କୁ ସମ୍ବର୍ଦ୍ଧନା
Popular Categories



