www.samajalive.in
Wednesday, December 10, 2025
26.1 C
Bhubaneswar

କୁଟୁରା ମାଂସ ଜବତ, ୩ ଅଭିଯୁକ୍ତ ଗିରଫ

ବଣାଇ: ଆଜି ସକାଳେ ଏକ କୁଟୁରା ପାଖ ଜଙ୍ଗଲରୁ ଗାଁ ନିକଟକୁ ଚାଲି ଆସିଥିଲା। କୁଟୁରାଟିକୁ ଗାଁ ଭିତରେ କୁକୁର ଆକ୍ରମଣ କରିଥିଲେ। କୁକୁର ଆକ୍ରମଣରେ କୁଟୁରାଟିର ମୃତ୍ୟୁ ହୋଇଯାଇଥିଲା। ଏ ଘଟଣା ଗ୍ରାମର କିଛି ବ୍ୟକ୍ତିଙ୍କ ନଜରକୁ ଆସିଥିଲା। ତେବେ ସେମାନେ ବନବିଭାଗକୁ ଏ ସଂକ୍ରାନ୍ତରେ ଖବର ନ ଦେଇ ମୃତ କୁଟୁରାଟିକୁ ନେଇ ମାଂସ ଉଦେଶ୍ୟରେ କାଟୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଟିକାୟତ ପାଲି ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି, ନିଜର ସହକର୍ମୀକୁ ନେଇ ସେହି ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ। ସେ କୁଟୁରା ମାଂସ ଜବତ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଵଣାଇଁ ରେଞ୍ଜ ଅଫିସକୁ ଆଣିଥିଲେ। ମୃତ କୁଟୁରର ଅବଶିଷ୍ଟାଂଶକୁ ଵଣାଇଁ ବ୍ରାହ୍ମଣୀ ନର୍ସରୀକୁ ନିଆଯାଇ ଵଣାଇଁର ପ୍ରାଣୀଧନ ଚିକିତ୍ସା ଅଧିକାରୀ ଚନ୍ଦନ କୁମାର ମହାନ୍ତିଙ୍କ ଦ୍ବାରା ବ୍ୟବଛେଦ କରାଯାଇଥିଲା। ଏହାପରେ ସମସ୍ତ ମାଂସକୁ ନଷ୍ଟ କରାଯାଇ ମାଟି ଖୋଳି ପୋତି ଦିଆଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ସହିତ ସମସ୍ତ ଘଟଣା ଉପରେ ଵଣାଇଁ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories