www.samajalive.in
Sunday, December 14, 2025
17.1 C
Bhubaneswar

କଣ୍ଟାବାଞ୍ଜି ଗସ୍ତରେ ବଲାଙ୍ଗିର ଜିଲ୍ଲାପାଳ – ସ୍ଥିତି ଦେଖିଲେ, ଆଲୋଚନା କଲେ

କଣ୍ଟାବାଞ୍ଜି: ବଲାଙ୍ଗିର ଚଚଂଳ ରାଣା ଗୁରୁବାର ଅଚାନକ ଭାବେ ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜି ସହରକୁ ଗସ୍ତକରି ଡାକ୍ତରଖାନା ସ୍ଥିତି ପରକ୍ଷିବା ସହ ୧୪ନଂ ୱାର୍ଡରେ ଥିବା କରୋନା ରୋଗୀ ମାନଙ୍କ ସ୍ୱସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ଏହାପରେ ଶ୍ରୀରାଣା ଟିଟିଲାଗଡ ଅଭିମୂଖେ ବାହାରିଥିଲେ। ସୂଚନା ଅନୁସାରେ ଜିଲ୍ଲାପାଲ ରାଣା କଣ୍ଟାବାଞ୍ଜି ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଉଥିବା ବେଲେ ଅଚାନକ ଭାବେ ଡାକ୍ତରଖାନାକୁ ଯାଇ ବହିର୍ବିଭାଗ, ଅର୍ନ୍ତଃ ବିଭାଗ ୱାର୍ଡ, ଲେବର ରୂମ, ଡାକ୍ତରଖାନ ପରିସରରେ ସଫାସୂତରା ତଦାରଖ କରିବା ସହ ଏମସିଏଚ ବିଲଡିଙ୍ଗ ବୁଲି ଦେଖିଥିଲେ। ଏହା ସହ ୧୫ ଦିନ ତଳେ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନରେ ଝରକା କବାଟ କାଚ ଭାଙ୍ଗିହୋଇ ପଡିଥିବା ସତ୍ୱେ ସଫାସୁତରା ହେଉନଥିବାରୁ ବର୍ତ୍ତମାନ ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କୁ ତାଗିତ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଜିଲ୍ଲାପାଳ ରାଣା ୩ ମାସ ପୂର୍ବେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଗସ୍ତ ସମୟରେ ଡାକ୍ତରଖାନାର ପୁରୁଣା କୋଠା ନବୀକରଣ ଯୁଦ୍ଧ କାଲିନ ଭିତ୍ତିରେ ସାରିବାକୁ ଦାଇତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ପ୍ରର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ବିଭାଗୀୟ ନିର୍ବାହି ଯନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ତୁରନ୍ତ କାମ ସରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳ ୨ ନମ୍ବର ୱାର୍ଡରେ ଥିବା ସଂକ୍ରମଣ ବ୍ୟକ୍ତିମାନଙ୍କ ପାଖକୁ ଯାଇ ସ୍ଥିତି ପରଖି ତହିଁଲର। ଏହି ସମୟରେ ପୁଲିସ ଉପ ଆରକ୍ଷି ଅଧିକ୍ଷକ ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ ମାଝି, ଡାକ୍ତର ଦିଲିପ କୁମାର ସାହୁ, ଡାକ୍ତର ଶୁଶାନ୍ତ କୁମାର ରାଉତ, ବିଜ୍ଞାପିତ ଅଚଂଳ ନୋଡାଲ ଅଧିକାରୀ ଚନ୍ଦ୍ର ଶେଖର ଭୋଇ ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories