www.samajalive.in
Sunday, December 7, 2025
14.1 C
Bhubaneswar

ଉଦ୍ଧବଙ୍କୁ କଙ୍ଗନାଙ୍କ କଟାକ୍ଷ: ପାପ ବଢିଗଲେ ବିନାଶ ହୁଏ

ମୁମ୍ବଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଏବେ କଙ୍ଗନା ରାଣାୱତଙ୍କ ବୟାନ ସାମ୍ନାକୁ ଆସିଛି। ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଉଦ୍ଧବ ଠାକରେ ଓ ତାଙ୍କ ସରକାରଙ୍କୁ କଟାକ୍ଷ କରିଛନ୍ତି।  ​‌

କଙ୍ଗନା କହିଛନ୍ତି, ‘‘୧୯୭୫ ମସିହା ପରେ ଏହି ସମୟ ହେଉଛି ଭାରତର ଗଣତନ୍ତ୍ରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ୧୯୭୫ରେ ଜନ ନେତା ଜୟ ପ୍ରକାଶ ନାରାୟଣଙ୍କ ଗୋଟିଏ ଆହ୍ବାନ, ସିଂହାସନ ଛାଡ଼ ଜନତା ଆସୁଛନ୍ତିରେ ସିଂହାସନ ଭୁଶୁଡ଼ି ପଡ଼ିଥିଲା। ୨୦୨୦ରେ ମୁଁ କହିଥିଲି ଯେ, ଗଣତନ୍ତ୍ର ଏକ ବିଶ୍ବାସ ଓ କ୍ଷମତାର ଗର୍ବରେ ଆସି ଯିଏ ଏହି ବିଶ୍ବାସକୁ ଭାଙ୍ଗେ, ତାର ଗର୍ବ ଭାଙ୍ଗିବା ମଧ୍ୟ ନିଶ୍ଚିତ। ଏହା କୌଣସି ବ୍ୟକ୍ତିଙ୍କ ଶକ୍ତି ନୁହେଁ। ଏହି ଶକ୍ତି ହେଉଛି ସତ୍ୟ ତଥା ସ୍ବଚ୍ଛ ଚରିତ୍ରର।’’ ସେ ଆହୁରି କହିଛନ୍ତି, ‘‘ଦ୍ବିତୀୟ କଥା…ପ୍ରଭୁ ହନୁମାନଙ୍କୁ ଶିବଙ୍କ ଦ୍ବାଦଶ ଅବତାର ବୋଲି ବିବେଚନା କରାଯାଏ ଏବଂ ଯେତେବେଳେ ଶିବସେନା ହିଁ ହନୁମାନ ଚାଳିଶାକୁ ବ୍ୟାନ୍‌ କରୁଛନ୍ତି, ସେତେବେଳେ ଶିବ ମଧ୍ୟ ତାଙ୍କୁ ରକ୍ଷା ପାରିବେ ନାହିଁ। ହର ହର ମହାଦେବ, ଜୟ ହିନ୍ଦ୍, ଜୟ ମହାରାଷ୍ଟ୍ର।’’ ଭିଡିଓ ଶେୟାର କରି କଙ୍ଗନା ଏହା ମଧ୍ୟ ଲେଖିଛନ୍ତି ଯେ, ‘‘ଯେତେବେଳେ ପାପ ବଢିଯାଏ, ​‌ସେତେବେଳେ ବିନାଶ ହୁଏ ଏବଂ ତା’ପରେ ସୃଷ୍ଟି ହୁଏ।’’

- Advertisement -


ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ ଯେ, କଙ୍ଗନା ରାଣାୱତ ଉଦ୍ଧବ ଠାକରେ ସରକାରକୁ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଥର ସଞ୍ଜୟ ରାଉତଙ୍କ ସହ କଙ୍ଗନାଙ୍କର ଜୋରଦାର ଯୁକ୍ତିତର୍କ ହୋଇଛି। ଆପଣଙ୍କର ମନେଥିବ, ଯେତେବେଳେ ବିଏମସି କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟରେ ବୁଲଡୋଜର ଚଳାଇଥିଲେ। ସେତେବେଳେ କଙ୍ଗନା ରାନାୱତ ଉଦ୍ଧବ ଠାକରେ ସରକାରଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଆଜି ମୋ ଘର ଭାଙ୍ଗିଛି, ଶୀଘ୍ର ତୁମ ଘର ଭାଙ୍ଗିବ। ମହାରାଷ୍ଟ୍ରର ବର୍ତ୍ତମାନ ପରିସ୍ଥିତିରେ କଙ୍ଗନାଙ୍କ ଏହି ବୟାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories