www.samajalive.in
Tuesday, December 9, 2025
15.1 C
Bhubaneswar

ବିପଦପୂର୍ଣ୍ଣ ଭାବେ ଗାଁକୁ ଟିକାକରଣ ପାଇଁ ଗଲେ ମହିଳା ସ୍ୱାସ୍ଥ୍ୟକର୍ମୀ

କନ୍ଧମାଳ : କନ୍ଧମାଳ ଜିଲା କୋଟଗଡ ଏକ ପାହାଡିଆ ଅଞ୍ଚଳ ଭାବେ ଜଣାଶୁଣା। ଏଠି ବହୁ ଅଞ୍ଚଳରେ ନା ଅଛି ଗମନା  ଗମନର ସୁବିଧା ନା ଅଛି ସ୍ୱାସ୍ଥ୍ୟ ସେବା ସୁବିଧା। ଯନନୀ ଯନ୍ତ୍ରଣା ଓ ରୋଗୀଙ୍କୁ  ଦୋଳାରେ ବୋହି ଡାକ୍ତରଖାନାକୁ ନେବା ପରି  ବହୁ ଘଟଣା ଆଗରୁ ଏଠାରେ ଦେଖାଯାଇଛି। କିନ୍ତୁ ଏଭଳି ଏକ ଘଟଣା ଆପଣ ଯାଣିଲେ ହତବାକ୍  ହେଇଯିବେ। ଗତକାଲି ରୀନା ପାଲଟାସିଂ ନାମକ ମହିଳା ସ୍ୱାସ୍ଥ୍ୟକର୍ମୀ ନିଜର ଦାୟିତ୍ୱ ବହନ କରିବା ପାଇଁ ରଢା  ସବ୍ ସେଣ୍ଟରର ବାନ୍ଦାଗୁଡାକୁ ଯିବାପାଇଁ କୌଣସି ରାସ୍ତା ନ ଥିବାରୁ ବାନ୍ଦାଗୁଡା ପୂର୍ବରୁ  ପଡୁଥିବା  ନାଳରେ  ବର୍ଷା ଦିନେ  ଯିବାକୁ ରାସ୍ତା ନ ଥିବାରୁ ଟିକାକରଣ ପାଇଁ ବିପଦପୂର୍ଣ୍ଣ ଭାବେ ଏକ ଗଛ ଉପରେ ଚାଲି ଚାଲି ଯାଇଥିଲେ। ଏନେଇ ରୀନା କହିଛନ୍ତି, ଏହିଭଳି ରାସ୍ତା ନ ଥିବା କାରଣରୁ ଗାଁ ଲୋକେ ମଧ୍ୟ ଗାଡିମଟର  ନାଳ ଏପଟେ ରଖି ଗଛ ମାଧ୍ୟମରେ ଯିବା ଆସିବା କରିଥାନ୍ତି। ଏ ନେଇ ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏକ ପୋଲ ଓ ରାସ୍ତା ନିର୍ମାଣ କଲେ ଲୋକେ ସୁବିଧାରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories