www.samajalive.in
Sunday, December 7, 2025
14.1 C
Bhubaneswar

ବାପ, ମା ସାହାରା ରେ ଖଟିଆରେ ପଡି ରହିଛି ୧୩ ବର୍ଷ ପୁଅ ଦୀପନ ,

କୋଟଗଡ: ଦୁର୍ଗମ ଅଞ୍ଚର ମୂଳ ଆଦିବାସୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସରକାରଙ୍କ ବହୁବିଧ ଯୋଜନା ପହଞ୍ଚାଇବା ପାଇଁ ବହୁ ଯୋଜନା କରୁଛନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲା କୋଟଗଡ ରେ ଦେଖିବାକୁ ମିଳିଛି ଆଦିବାସୀଙ୍କୁ ଅବହେଳା କରାଯାଉଥିବା ର ନଗ୍ନ ଉଦାହରଣ। ସ୍ୱାସ୍ଥ୍ୟ ଉପଚାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ସତ୍ୱେ ଆଜି ବି ଆଦିବାସୀବର୍ଗର ସନାତନ ପ୍ରଧାନଙ୍କ ପୁଅ ଦୀପନ ପାଖରେ ଅପହଞ୍ଚ ରାଷ୍ଟ୍ରୀୟ ଵାଳ ସୁରକ୍ଷା କାର୍ୟ୍ୟକ୍ରମ, ନିରାମୟ, ସ୍ୱାସ୍ଥ୍ୟ ବୀମା ଠାରୁ ଆରମ୍ଭ କରି “ମୋ ସରକାର”ପରି ସବୁ ଯୋଜନା। ଘଟଣା କ୍ରମରେ ୧୪ବର୍ଷ ପୂର୍ବେ ସନାତନ ପ୍ରଧାନ ଓ ସୁଲୋଚନା ପ୍ରଧାନ ଦାମ୍ପତ୍ୟ ଜୀବନ ଯାପନ ସୁଖମୟ ହେବ ଓ ଖୁସିରେ ଘର ସଂସାର କରିବେ ବୋଲି ଭାବି ବାହା ହୋଇଥିଲେ ଏବଂ ବାହାଘରର ବର୍ଷେ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ହୋଇଥିଲା ଓ ଶ୍ରଦ୍ଧାରେ ତା ନାମ ଦୀପନ ରଖିଥିଲେ ଏବଂ ଏହି ଦୀପନ ବଡ଼ ହୋଇ ତାଙ୍କ ଭବିଷ୍ୟତ ଉଜ୍ୱଳ କରିବବୋଲି ଖୁସି ରେ ଫାଟି ପଡ଼ିଥିଲେ ବାପା ମା । ହେଲେ ପୁଅଟିକୁ ବର୍ଷେ ହେବା ପରେ ଧୀରେ ଧୀରେ ଜାଣିବାକୁ ପାଇଲେ ପିଲାଟିର ଠିଆ ହବାକୁ ସକ୍ଷମ ନାହିଁ, ଡାହାଣ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ହ୍ରାସ ପାଉଛି ଏବଂ ପାଟି ମଧ୍ୟ ଖୋଲୁନି ତେଣୁ ଲୋକ କଥାରେ ପିଲାଟି ବଡ଼ ହବା ସହ ଆୟୁର୍ବେଦ ଚେରମୂଳ ଉପଚାର ସାଙ୍ଗକୁ ବାପ ମା ପାରୁପର୍ୟ୍ୟନ୍ତ ଚିକିତ୍ସା କରି ଚଲେଇବାକୁ ଚେଷ୍ଠା କରିଚାଲିଲେ କିନ୍ତୁ ସୁଫଳ ନ ମିଳି ଦିନକୁ ଦିନ ପୁଅର ଶରୀର ଓଜନ ବଢ଼ିବାରେ ଲାଗିଲା। ଖଟିଆରେ ପଡି ରହିଛି ପୁଅ ଦୀପନ। ଏହି ପରିପ୍ରେକ୍ଷୀରେ ବିଚଳିତ ହୋଇ ପରିବାରର ଆର୍ଥିକ ଅବସ୍ଥା ସ୍ଵଛଳନ ଥିବାରୁ ସରକାରୀ ସାହାଯ୍ୟ ଆଶାକରି ପ୍ରଥମେ କୋଟଗଡ ଡାକ୍ତରଖାନକୁ ଚିକିତ୍ସା ପାଇଁ ଯାଇଥିଲେ ଓ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ୟ୍ୟକ୍ରମ ଅନୁଯାଇ କଟକ ଏସସିବି ନିଆଯିବାର ପ୍ରତିଶୃତି ଦେଇ ସମ୍ପୃକ୍ତ ଡାକ୍ତର ଗୟାଧର ପଣ୍ଡା ଦିନ ପରେ ଦିନ ଗଡ଼ାଇ ଚାଲିଥିବା କହିଛନ୍ତି ପିତା ସନାତନ ଏବଂ ତାସହ କନ୍ଧମାଳ ଜିଲ୍ଲାପାଳ ଓ ସି ଡି ଏମ ଙ୍କୁ ମଧ୍ୟ ଭେଟିଥିଲେ ହେଁ କିଛି ହେଲାନି କି କେହି ଶୁଣିଲେନି ବୋଲି ଅଭିଯୋଗ କରିଛନ୍ତି। ଦୀପକ ର ବାପ, ମା ପୁଅର ଚିକିତ୍ସା କରିବାରେ ବିଫଳ ହୋଇଥିଲେ। ନିରାଶ ହୋଇ ଅର୍ଥ ବାଧକ କାରଣରୁ ଘରେ ଖଟିଆରେ ପକାଇ ରଖିଥିବା କହିଛନ୍ତି । ଆଉ ଏଵେ ସରକାରଙ୍କ ନୂଆ ନିୟମରେ ପିଲାଟିର ଆଧାର କାର୍ଡ ହୋଇ ନଥିବା କାରଣରୁ ରାସନ ଚାଉଳ ମଧ୍ୟ ମିଳୁନି କିମ୍ବା ବର୍ତମାନ ଭତ୍ତା ମଧ୍ୟ ବନ୍ଦ ହୋଇଯିବ। ହେଲେ ସେମାନଙ୍କ କଥା ବୁଝିବ କିଏ ଓ କିପରି କରିବେ ଚିକିତ୍ସା ସେ ନେଇ ଚିନ୍ତାରେ ପରିବାର । ତେଣୁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଫିରିଙ୍ଗିଆର ଯୋଡ଼ା ମୁଣ୍ଡ ଶିଶୁ ଜାଗା ବଳିଆଙ୍କୁ ସାହାଯ୍ୟ ମିଳିବା ପରି ସ୍ୱାସ୍ଥ୍ୟ ବିଭାଗ ଦୀପକକୁ ସାହାର୍ୟ୍ୟ କରିଲେ ଚିକିତ୍ସା ଯୋଗାଇଦେଲେ ଦୀପନ କୁ ନୂଆ ଜୀବନ ମିଳିପାରିବ ବୋଲି ସାଧାରଣ ରେ ଦାବୀ ହେଉଛି ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories