www.samajalive.in
Sunday, December 7, 2025
14.1 C
Bhubaneswar

ସୁସଂଗଠିତ ଓ ଚାପମୁକ୍ତ ଶିକ୍ଷା ନିମନ୍ତେ ଆଲୋଚନା ଚକ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ଜିଲ୍ଲା ଶିକ୍ଷା ବିଜ୍ଞାନ ଫୋରମ୍‍ ପକ୍ଷରୁ ଆଜି ସୁସଂଗଠିତ ଓ ଚାପମୁକ୍ତ ଶିକ୍ଷା ନିମନ୍ତେ ଏକ ଆଲୋଚନା ଚକ୍ର ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରରେ ଫୁଲବାଣୀର ଶିକ୍ଷାବିତ୍‍ ତଥା ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନର ବାସ୍ତବ ଶିକ୍ଷା ଉପରେ ଆଲୋଚନା କରି ଅନ୍‍ଲାଇନ୍‍ ଶିକ୍ଷା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଓ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲା ପରିପ୍ରେକ୍ଷୀରେ ପିଲାମାନଙ୍କ ନିମନ୍ତେ ଉପଲବ୍ଧ ଥିବା ଭିତ୍ତିଭୂମିର ସୁବିନିଯୋଗ କରି ଶିଶୁମାନଙ୍କ ନିମନ୍ତେ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ ମତ ପ୍ରକାଶ କରିଥିଲେ। ଏହି ଆଲୋଚନା ଚକ୍ରରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ଏକ ସୁସଂଗଠିତ ଓ ଚାପମୁକ୍ତ ଶିକ୍ଷା ଦାନ କରିବା ନିମନ୍ତେ ନିଜ ନିଜର ମତ ପ୍ରକାଶ କରିବା ସହିତ ଶିକ୍ଷା ଦାନ ପ୍ରକ୍ରିୟାରେ ଅଭିଭାବକ ଓ ଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ୍‍ କରିବା ନିମନ୍ତେ ଯୋଜନା କରିଥିଲେ। ଆଗାମୀ ଦିନମାନଙ୍କରେ ଶିଶୁମାନଙ୍କ ନିମନ୍ତେ ଏକ ସରଳ କାର୍ଯ୍ୟପୁସ୍ତିକା ପ୍ରସ୍ତୁତ କରି ଶିଶୁମାନଙ୍କ ନିକଟରେ ଉପଲବ୍ଧ କରି ପାଠ୍ୟଚକ୍ର ସହିତ ଯୋଡିବା ନିମନ୍ତେ ଯୋଜନା କରାଯାଇଥିଲା। ଏହି ଆଲୋଚନା ଚକ୍ରକୁ ଶିକ୍ଷକ ସୀମାଂଚଳ ମୁଖି ଓ ଗୋଲକ ପଟ୍ଟନାୟକ ପରିଚାଳନା କରିଥିବାବେଳେ ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ସହଯୋଗ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories