କନ୍ଧମାଳରେ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

ଫୁଲବାଣୀ:କନ୍ଧମାଳ ଜିଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜିଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମି ଓ ଡାକ୍ତର ଅଭାବ ଆଦି ସମସ୍ୟାର ସମାଧାନ ନେଇ ଆଲୋଚନା ହୋଇଥିଲା । ଏହା ବ୍ୟତୀତ କିମ୍‍ସ ଭୁବନେଶ୍ୱର ପକ୍ଷରୁ କନ୍ଧମାଳର ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ୱାସ୍ଥ୍ୟ ଶିବିର ପୁନଃ କାର୍ଯ୍ୟକାରୀ କରାଇବା ପାଇଁ ବିଧାୟକମାନେ ଅନୁରୋଧ କରିଥିଲେ । ସାଂସଦ ଏଥିରେ ସମ୍ମତି ଜଣାଇବା ସହ ଅଗଷ୍ଟ ୧୫ ପରେ ଜିଲାର ସ୍ୱାସ୍ଥ୍ୟ ସେବା ବିକାଶ ଉପରେ ପ୍ରୟାସ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

prayash

ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତରେ ଏହାକୁ କିପରି ଆହୁରି ତ୍ୱରାନ୍ୱିତ କରାଯିବ ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ଜିଲ୍ଲାର ବିକାଶମୂଳକ କାର୍ୟ୍ୟକୁ କିପରି ଆହୁରି ଆଗକୁ ନିଆଯାଇପାରିବ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲାର ବେକାର ଯୁବକ ଯୁବତୀଙ୍କୁ କିଟ୍‍ ଓ କିସରେ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବା ନେଇ ବିଧାୟକମାନଙ୍କୁ ଅବଗତ କରିବା ସହ ଜିଲାର ଯୁବକ ଯୁବତୀଙ୍କୁ କିଟ୍‍ ଓ କିସ୍‍କୁ ପଠାଇବା ପାଇଁ କହିଥିଲେ । ଏହା ବ୍ୟତୀତ ବିଧାୟକମାନେ କନ୍ଧମାଳ ଜିଲାର ଜନଜାତି ଛାତ୍ରୀମାନଙ୍କୁ ପଠାଇଲେ ସେମାନେ କିସରେ ବିନାଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।

kalyan agarbati

Comments are closed.