www.samajalive.in
Monday, December 15, 2025
15.1 C
Bhubaneswar

ଅପ୍ରେଲ ପହିଲାରେ କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ

କଲ୍ୟାଣସିଂହପୁର : ଆସନ୍ତା ଅପ୍ରେଲ ପହିଲାରେ କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ କନ୍ଧକୁଳ ସମାଜ ର ୧୩ଟି ଗ୍ରାମ ପଞ୍ଚାୟତର ସଭାପତି ଓ ଉପସଭାପତି ଉପସ୍ଥିତ ରହିଥିବା ବେଳେ ପୂର୍ବତନ ସଭାପତି ରଘୁନାଥ ନିଶିକାଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପ ସଭାପତି ଗୋପୀନାଥ ପେରିସିକା, ସଭ୍ୟ ହଳଧର ହୁଇକା, ଆଦିବାସୀ ଉନ୍ନୟନ ପରିଷଦ ଜିଲ୍ଲା ଉପ ସଭାପତି ବନମାଳି କାଡ୍ରାକା ମଞ୍ଚାସିନ ଥିଲେ।
ଏହି ବୈଠକକୁ ସଭାପତି ରାମନାଥ କାଡ୍ରାକା ସଭାପରିଚଳା କରିଥିଲେ। ଏହି ପ୍ରସ୍ତୁତି ସଭାରେ ଉପସ୍ଥିତ କନ୍ଧକୁଳର ସମସ୍ତ ସଦସ୍ୟ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଆଦିବାସୀଙ୍କ ପାରମ୍ପରିକ ଢାଞ୍ଚାରେ ଆଦିବାସୀଙ୍କ ସଂସ୍କୃତିକୁ କିଭଳି ବଜାୟ ରଖିବାକୁ ହେବ ସେ ନେଇ ଆଲୋଚନା ହୋଇଥିଲା । ଆଗାମୀ କନ୍ଧକୁଳ ସମାଜ ପ୍ରତିଷ୍ଠା ଦିବସ ଆସନ୍ତା ଅପ୍ରେଲ ପହିଲାରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କନ୍ଧକୁଳ ପ୍ରତିଷ୍ଠା ଦିବସରେ ଆଦିବାସୀଙ୍କ ନୂତନ  ବର୍ଷ ଆରମ୍ଭ ହେବ। ସେହିଠାରୁ ଆଦିବାସୀଙ୍କ ବର୍ଷ ଶେଷ ପର୍ଯ୍ୟନ୍ତ କ’ଣ ସବୁ ପୂଜାର୍ଚ୍ଚନା କରାଯିବ ସେହି ସମ୍ପର୍କରେ ଏହି ଦିବସରେ ଗୋଟି ଗୋଟି କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କନ୍ଧକୁଳର ଭଦ୍ରବ୍ୟକ୍ତି ଓ ସଦସ୍ୟ ଶଙ୍କର ହୁଇକା, ରାମାରାଓ କାଡ୍ରାକା, ବିଶ୍ୱନାଥ କାଡ୍ରାକା, ଯୋଗେନ୍ଦ୍ର ୱାଡାକା, ଲକ୍ଷ୍ମୀ ପ୍ରାସ୍କା, ବିନାୟକ କୁଲିସିକା,ଅଶୋକ ବିଡିକା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories