www.samajalive.in
Sunday, December 14, 2025
14.1 C
Bhubaneswar

ଖିଣ୍ଡା ଡାକ୍ତରଖାନାରେ ରୋଗୀବୁହା ଯାନ ଲୋକାର୍ପିତ

ରେଙ୍ଗାଲି: ଏନଏଲସି ଇଣ୍ଡିଆ ଲିମିଟେଡ ପକ୍ଷରୁ ସମ୍ବଲପୁର ଜିଲାର ଖିଣ୍ଡା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଏକ ରୋଗୀବୁହା ଯାନ ଯୋଗାଇ ଦିଆଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ଉପଜିଲାପାଳ ପ୍ରଭାସ ଡନସନା ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଗୀବୁହା ଯାନକୁ ଲୋକାର୍ପିତ କରିଥିଲେ। ରେଙ୍ଗାଲି ତହସିଲଦାର ବେର୍ସିଆସ୍ ଡୁଙ୍ଗଡୁଙ୍ଗ୍, ଏନଏଲସି ଇଣ୍ଡିଆର ସିଜିଏମ୍ ଫ୍ରାଙ୍କଲିନ ଜୟକୁମାର, ମାନବ ସମ୍ବଳ ବିଭାଗ ମୁଖ୍ୟ ସୁବ୍ରତ ବିଶ୍ବାଲ, ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂହ, ଭିଏସଏସ ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ପ୍ରମୁଖଙ୍କ ସମେତ ଖିଣ୍ଡା ଡାକ୍ତରଖାନାର ଡାକ୍ତର ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚିତ ଯେ ଖିଣ୍ଡା ଡାକ୍ତରଖାନା ରେ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦୀର୍ଘ ଦିନ ହେଲା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂହ ତଥା ଅଞ୍ଚଳର ବିଭିନ୍ନ ସଙ୍ଗଠନ ଜନସାଧାରଣ ଦାବୀ କରିଆସୁଥିଲେ। ଆଜି ଦୀର୍ଘ ବର୍ଷ ର ଦାବୀ କମ୍ପାନୀ ପୁରଣ କରିଥିବାରୁ ଜନ ସାଧାରଣ ରେ ଏହାକୁ ସ୍ବାଗତ ଓ ପ୍ରଶଂସା କରାଯାଇଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories