www.samajalive.in
Sunday, December 14, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିର କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଆରଡି : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିଲା ୬କୋଟି ଟଙ୍କା। ଏବେ ମନ୍ଦିର ନୂଆରୂପ  ପାଇବା ପରେ ଝଲସୁଛି ବେଢା ଓ ଚତୁଃପାର୍ଶ୍ବ ଗୁମୁଟ ଦ୍ବାର। ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ବକେୟା ରହିଥିବା ସିଂହଦ୍ବାର ଓ ଭିତର କବାଟର ପିତଳ ଛାଉଣି କାର୍ଯ୍ୟର ଶନିବାର ସମୀକ୍ଷା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର। ଅନ୍ୟପଟେ ୪୦ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ବର ଘାଟ ଓ ପାବଛ ନିର୍ମାଣ କାର୍ଯ୍ୟସ୍ଥଳ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଏହି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ସେବାୟତ ଓ ସ୍ଥାନୀୟ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ଶ୍ରୀ ବନ୍ଦୋର କହିଥିଲେ। ବିଶେଷକରି ଆଗକୁ ଚନ୍ଦନଯାତ୍ରାରେ ମଣିବାବାଙ୍କର ନାବକେଳି(ଚାପଖେଳ) ସହ ବୈଶାଖୀ ବ୍ରତରେ ଜଳାଭିଷେକ ନୀତି ରହିଥିବାରୁ ଶିବଗଙ୍ଗା ପୁଷ୍କରିଣୀ ଜଳରେ ଏହି ସମସ୍ତ ନୀତିକାନ୍ତି ଏକମାସ ଧରି ଅନୁଷ୍ଠିତ ହେବ। ହେଲେ ପୁଷ୍କରିଣୀ ଜଳକୁ ଦୀର୍ଘ ଦେଢମାସ ହେବ କାର୍ଯ୍ୟରତ ଠିକାଦାର ଶୁଖାଇ ଦେଇ ବସିଛି । ଏପରିକି ନଦୀରୁ ଆସୁଥିବା ଜୁଆରପାଣି ପ୍ରବେଶପଥର ବନ୍ଧ ବାନ୍ଧିଥିବାରୁ ଜୁଆରପାଣି ପ୍ରବେଶ କରିବାରେ ବାଧକ ଦେଖା ଦେଇଛି । ଏପଟେ ଯାହାକିଛି କଂକ୍ରିଟ କାର୍ଯ୍ୟ ହୋଇଛି ଠିକ ସମୟରେ ପାଣି ଦିଆନଯିବାରୁ ଅନେକସ୍ଥାନରେ ଚିପ୍ସି, ସିମେଣ୍ଟ ଉଠିଗଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହ ଜିଲାପାଳଙ୍କ ଦୃଷ୍ଟି ଗୋଚର ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories