କମଲ ହାସନ୍‍ଙ୍କ ରାଜନୈତିକ ଦଳକୁ ସ୍ୱୀକୃତି

0

ଚେନ୍ନାଇ: କମଲ୍‍ ହାସନ୍‍ଙ୍କ ରାଜନୈତିକ ଦଳ ମକ୍କଲ୍‍ ନୀଧି ମୈୟମ୍‍(ଏମ୍‍ଏନ୍‍ଏମ୍‍)କୁ ନିର୍ବାଚନ କମିଶନ ସ୍ୱୀକୃତି ଦେଇଛନ୍ତି। ଜୁନ୍‍ ୨୨ ତାରିଖରେ କମିଶନଙ୍କ ନିକଟରେ ପଞ୍ଜିକୃତ ହେବା ପରେ ଏମ୍‍ଏନ୍‍ଏମ୍‍ ରାଜନୈତିକ ଦଳର ମାନ୍ୟତା ପାଇଛି। ଆସନ୍ତା ସପ୍ତାହରେ ଏ ସମ୍ପର୍କରେ କମଲ୍‍ ହାସନ୍‍ଙ୍କୁ ବିଧିବଦ୍ଧ ଭାବେ ସୂଚିତ କରାଯିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ଉପସ୍ଥିତିରେ ଗତ ଫେବୃଆରୀ ମାସରେ କମଲ ହାସନ୍‍ ଏମ୍‍ଏନ୍‍ଏମ୍‍ ଗଠନ ବିଷୟରେ ଘୋଷଣା କରିଥିଲେ। ଏମ୍‍ଏନ୍‍ଏମ୍‍ର ଦଳୀୟ ପତାକା ମଧ୍ୟ ଉନ୍ମୋଚିତ ହୋଇଛି। ଏହାର ପ୍ରଚ୍ଛଦପଟ୍ଟ ଶୁଭ୍ର ରହିଥିବା ବେଳେ ତା ଉପରେ ଛଅଟି ହାତ ମିଳିତ ହୋଇଥିବାର ଚିତ୍ର ରହିଛି। ସେଥିମଧ୍ୟରୁ ତିନିଟି ଧଳା ଓ ତିନିଟି ଲାଲ୍‍ ରଙ୍ଗର ହାତ ରହିଛି। କେନ୍ଦ୍ରସ୍ଥଳରେ ଏକ ବଡ଼ କଳାରଙ୍ଗର ତାରକା ଉପରେ ଏକ କ୍ଷୁଦ୍ର ଧଳା ତାରକା ଚିହ୍ନ ଅଛି।

Leave A Reply