www.samajalive.in
Sunday, December 7, 2025
26.1 C
Bhubaneswar

କାମାକ୍ଷାନଗରରେ ହେବ ଜଗତଜନନୀଙ୍କ ଆରାଧନା; ହେଲେ ଭସାଣ ଉତ୍ସବରେ ବାଜିବିନି ଡିଜେ 

କାମାକ୍ଷାନଗର: ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରଶାସନ ଓ ମିଳିତ ପୂଜା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଅଧ୍ୟକ୍ଷତା କରି ଦଶହରା ପର୍ବ କିପରି ପାଳନ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାରେ ୧୫ଟି ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବ, ଭସାଣି ଦିନ ସମସ୍ତ ମେଢ଼ ଗୁଡିକ ପ୍ରସେସନରେ ସହର ପରିକ୍ରମା କରିବା ପରେ ରେଙ୍ଗାଳି ପଡିଆ ଠାରେ ମେଳଣ ପର୍ବ ଅନୁଷ୍ଠିତ ହେବ, ଶୋଭାଯାତ୍ରା ସମୟରେ ଡିଜେ ବାଜାକୁ କଡାକଡି ଭାବେ ନିଷିଦ୍ଧ କରାଯାଇଛି l

ମେଳଣ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବା ପରେ ସମସ୍ତ ମେଢ଼ ଗୁଡିକ ସଂନିକଟ ରମିୟାଲା ନଦୀ ତଟରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ସ୍ଥିର କରାଯାଇଥିଲା l ଏସଡିପିଓ ରଞ୍ଜନ କୁମାର ଦେ, ନଗରପାଳ ଧର୍ମାନନ୍ଦ ପରିଡା, ଓକିଲ ସଙ୍ଘ ସଭାପତି ଧର୍ମାନନ୍ଦ ମଲ୍ଲିକ ପ୍ରମୁଖକଙ୍କ ସହିତ ବଣିକ ସଙ୍ଘର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories