www.samajalive.in
Monday, December 15, 2025
17.1 C
Bhubaneswar

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ; ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ନିଯୁକ୍ତି 

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲଜ ରିମଝିମ କମ୍ପାନୀ ନିଯୁକ୍ତି ପ୍ରସଙ୍ଗକୁ ନେଇ ଏକ ତ୍ରିପାଖିକ ଆଲୋଚନା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଗଙ୍ଗାଧର ସାମଲ, ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର, କମ୍ପାନୀର ମୁଖ୍ୟ ଏ. ପି ସିଂହଙ୍କ ସହିତ କମ୍ପାନୀ ଅଧିକାରୀ ଓ ପ୍ରଜାସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ବିଆର୍ଜି କମ୍ପାନୀକୁ ରିମଝିମ କମ୍ପାନୀ କିଣିବା ପରଠାରୁ ମାସ ପରେ ମାସ ବିତି ଯାଇଥିଲେ ହେଁ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ପ୍ରତି କୌଣସି ପଦକ୍ଷେପ ନେଇନାହିଁ l

ଏ ବିଷୟରେ ବହୁ ଆଲୋଚନା କରାଯାଇଥିଲେ ମଧ୍ୟ୍ୟ କମ୍ପାନୀ ନିଯୁକ୍ତିକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବିଆର୍ଜି କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମଝିମ୍ କାରଖାନାରେ କ୍ଷତିଗ୍ରସ୍ତ ଜମିହରାମାନେ । କାରଖାନାରେ ନିଯୁକ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ସପ୍ତମ ଥର ପାଇଁ ତ୍ରିପାକ୍ଷିକ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ତରଫରୁ ଏପର୍ଯ୍ୟନ୍ତ ୧୨ ଜଣ ଜମିହରାଙ୍କୁ ନିଯୁକ୍ତି ମିଳିଛି । ଅନ୍ୟ ୫୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ସେଠାରେ ଅଧାଲେଖାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

- Advertisement -

କାରଖାନା କର୍ତ୍ତୃପକ୍ଷଙ୍କ ଚାଲବାଜି ଧରାପଡିଯିବା ପରେ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା । ଆଲୋଚନା ମଧ୍ୟରେ ନିଯୁକ୍ତି ପତ୍ରକୁ ସଂଶୋଧନ କରାଯାଇ ନୂଆ ନିଯୁକ୍ତି ପତ୍ର ପ୍ରଦାନ କରାଯିବା, ଅବଶିଷ୍ଟ ୭୯ ଜଣଙ୍କୁ ଆସନ୍ତା ୨୦୨୩ ଜାନୁଆରୀ ମାସ ଶେଷ ସୁଦ୍ଧା ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ନିଯୁକ୍ତିକୁ ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ଖିଲାପ କରୁଥିବା କମ୍ପାନୀର କଥାକୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରହଣ କରିନଥିଲେ ।

ଏଥିସହ କମ୍ପାନୀ ଦେଉଥିବା ନିଯୁକ୍ତି ପତ୍ରରେ କେବଳ ନାମ ଲେଖି ଛାଡି ଦେଉଥିବା ଏବଂ ସମ୍ପୂର୍ଣ୍ଣ ବିବରଣୀ ରହୁନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l  ଶେଷରେ ଜିଲ୍ଲାପାଳ ଓ ପ୍ରଜାସଂଘ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ନିଜର ତ୍ରୁଟି ସୁଧାରିବା ସହ ସମୟସୀମା ସୁଦ୍ଧା ଶତପ୍ରତିଶତ ନିଯୁକ୍ତିକୁ ନେଇ ଲିଖିତ ରାଜିନାମା କରାଯାଇ ଥିବାର ଜଣାଯାଇଛି l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories