www.samajalive.in
Sunday, December 14, 2025
23.1 C
Bhubaneswar

ପଞ୍ଚାୟତିରାଜ ଅତିରିକ୍ତ ସଚିବଙ୍କ କାମାକ୍ଷାନଗର ବ୍ଲକ ପରିଦର୍ଶନ 

କାମାକ୍ଷାନଗର: ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲା ନୋଡାଲ ଅଫିସର ନରୋତ୍ତମ ବେହେରା ମଙ୍ଗଳବାର କାମାକ୍ଷାନଗର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲିଦେଖିଥିଲେ । ପ୍ରଥମେ ବ୍ଲକର ରାୟନୃସିଂହପୁର ପଂଚାୟତର ପାଠାଗାର, ମହୁଚାଷ ଦେଖିବାପରେ କୁସୁମଯୋଡି ପଂଚାୟତର ମହୁଲି ଗାଁରେ ମହିଳା ଗୋଷ୍ଠୀଙ୍କ ରଙ୍ଗୀନ ମାଛ ଚାଷ ଏବଂ  ଅଁଳାବେରେଣୀ ଗାଁର ମହିଳା ଗୋଷ୍ଠୀଙ୍କ ସିଲେଇ କେନ୍ଦ୍ର ବୁଲି ଦେଖିଥିଲେ l

ପରେ ପରେ ସୋଗରର ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ,ବୁଢ଼ୀବିଲି ପଂଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ଦେଖିବା ପରେ ବୁଢ଼ୀବିଲି ପାର୍କ ଦେଖିଥିଲେ । ଭଏରପୁରରେ ଗ୍ରାମୀଣ ପାର୍କ ଦେଖିବା ପରେ ବାଲିଗୋରଡ଼ ପଂଚାୟତର ନିର୍ମାଣାଧୀନ ପଂଚାୟତ କାର୍ଯାଳୟ ଦେଖିଥିଲେ । ଅପରାହ୍ଣରେ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ  ସମୀକ୍ଷା ବୈଠକ କରିବା ସହିତ ପୂର୍ବରୁ ଏଠାରେ ବିଡିଓ ଥିବା ସମୟର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ l

- Advertisement -

ଏହି ଗସ୍ତରେ ଜିଲା ପ୍ରକଳ୍ପ ନିର୍ଦେଶକ ତନ୍ମୟ ଦରଓ୍ବାନ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ଦତ୍ତ, କାମାକ୍ଷାନଗର ବିଡିଓ ବିକାଶ କୁମାର ମହାନ୍ତି ,ସୟକାରୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରା, ଯନ୍ତ୍ରୀ ମନୋଜ ଦାସ, ପିଓ ଶତ୍ରୁଘ୍ନ ଦଣ୍ଡପାଟଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories