ଅଜଣା ଗାଡି ଧକ୍କାରେ ମହିଳା ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମ ଠାରେ ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ତାଳଚେର ମଡେଲ ଥାନା ଅନ୍ତର୍ଗତ କୁମ୍ଭାର ସାହିର ବସନ୍ତ ସାହୁଙ୍କ ପତ୍ନୀ କୁନ୍ତଳା (୫୫)। ମହିଳା ଜଣଙ୍କ ଓଭରବ୍ରିଜ ଉପରଦେଇ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

Comments are closed.