www.samajalive.in
Monday, December 15, 2025
15.1 C
Bhubaneswar

କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ତଥା ସରକାରୀ ଉନ୍ନୀତଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ  ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ତଥା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ରେ ୨୦୨୨-୨୩ ବାର୍ଷିକ ଉତ୍ସବ  ଆଡମ୍ବରରେ ପାଳିତ ହୋଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏସ.ସୋମେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ   ସି ଆରପିଏଫ  ସହାୟକ କମାଣ୍ଡାଣ୍ଟ ଡି.କ୍ରିଷ୍ଣ। ରାଓ  ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି । ଏ.ବି.ଇ.ଓ ମୋହନ ରାଓ କଣ୍ଡାଗରୀ, ଲ୍ୟାମ୍ପ ସଭାପତି ଶଙ୍କର ହୁଈକା  ,ସରପଞ୍ଚ ଅମିତା କାଡ୍ରାକା.  ନାଏବ ସରପଞ୍ଚ ବି. କାମେଶ୍ୱର ରାଓ,ବିଦ୍ୟାଳୟର ଏସ ଏମ୍ ସି ସଭାପତି ଏ.ଶ୍ରୀନିବାସ ରାଓ, ସମିତି ସଭ୍ୟ ଶାନ୍ତ। ହୁଈକା,ସି ଆର ସି ଦୀନ ବନ୍ଧୁ ହୁଈକା ସମ୍ମାନୀୟ ଅତିଥିଭାବରେ ରହିଥିଲେ ।ମୁଖ୍ୟ ବକ୍ତା ଭାବେ ରିଭଲକଣା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଧର ପଟ୍ଟନାୟକ  ।ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ ।ବିଦ୍ୟାଳୟରେ ଦୁଇଦିନ ଧରି  ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିଥିଲେ  ।ଏଥିରେ ୨୦୦ ଜଣ କୃତି  ଛାତ୍ରୀ ମାନଙ୍କୁ  ଅତିଥୀଙ୍କ ଦ୍ୱାରା  ପୁରସ୍କାର ପ୍ରଦାନକରାଯାଇଛି ।ଏହାକୁ  ଶିକ୍ଷକ ଶିଶିର କୁମାର ରାଉତ  ମଞ୍ଚ ପରିଚାଳନା କରିଥିବା ସହ ବାର୍ଷିକ ବିବରଣୀ ପଠନ ଓ ଧନ୍ୟବାଦ  ଶରତଚନ୍ଦ୍ର ପରିଛା ଦେଇଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ  ସହଯୋଗ କରିଥିଲେ ।  ଛାତ୍ର ଛାତ୍ରୀ ଙ୍କୁ ନେଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯାଇଛି । ପ୍ରଥମେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସେହିପରି ମାଝୀଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଆଡମ୍ବରରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି ।ଏଥିରେ ୧୮୦ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୁତ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories