www.samajalive.in
Sunday, December 7, 2025
18.1 C
Bhubaneswar

ସାମାନ୍ୟ ବର୍ଷାରେ ଭାସୁଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର; ନିମ୍ନ ମାନର କାମ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ମାନର ନିର୍ମାଣ କାମ କରାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷା ଯୋଗୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ପାଣି ଗଳୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଆରଡି ବିଭାଗ ପକ୍ଷରୁ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ କରାଯାଇଥିଲା । ନିର୍ମାଣ କରାଯିବା ପରେ ଗତ ନଭେମ୍ବର ମାସ ୨୨ ତାରିଖରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା ।

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅତି ନିମ୍ନମାନର ନିର୍ମାଣ କରାଯାଇଥିବାରୁ ଗ୍ରାମରେ ସାମାନ୍ୟ ବର୍ଷା ହେଲେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାତରୁ ପାଣି ଖସୁଥିବା ସହ ସହ ଝରକା ପାର୍ଶ୍ୱରୁ ପାଣି ଆସି ରୋଗୀ ଶୋଇବା କକ୍ଷ, ଡାକ୍ତର ପରୀକ୍ଷାଗାର, ପ୍ରସବ କେନ୍ଦ୍ର, ଡ୍ରେସିଙ୍ଗ କକ୍ଷ, ଅନ୍ତର୍ବିଭାଗ ,ବର୍ହିବିଭାଗ (ଓପିଡି) ପରି ସମସ୍ତ  ୱାର୍ଡ ବା କୋଠରିରେ ଭର୍ତ୍ତି ହୋଇଯାଇଛି । ରୋଗୀ ଶୋଇବା ସ୍ଥାନରେ ପାଣି ପଡ଼ୁଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।ଏହି ବିଷୟ ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜିଲାପାଳ ଓ ଜିଲାସ୍ୱାସ୍ଥ୍ୟ  ଅଧିକାରୀଙ୍କୁ  ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୃଷ୍ଟି ଦେଇ  ତୁରନ୍ତ ମରାମତି କରିବା ପାଇଁ ଦାବି ହେଉଛି ।

- Advertisement -

ସେହିପରି ଉକ୍ତ ଅଞ୍ଚଳରେ ମୁଖ୍ୟ ରାସ୍ତା ନିର୍ମାଣ କରାଯାଉଛି ।ଏହାର ଉଭୟ ପାର୍ଶ୍ୱରେ କେନାଲ ବା ଡ୍ରେନ କରାଯାଇନଥିବା ଯୋଗୁଁ ଗ୍ରାମର ସମସ୍ତ ବର୍ଷାପାଣି ସବୁ ସଦର ସାନବ୍ରାହ୍ମଣ ସାହି ଦେଇ ବୋହି ଯାଉଛି । ତାହା ଏକ କୃତ୍ରିମ ବନ୍ୟା ସଦୃଶ୍ୟ ଦେଖାଯାଉଛି । କାଳେ କେତେ ବେଳେ କୌଣସି ପରିସ୍ଥିତି ଉପୁଜିବା ପୂର୍ବରୁ  ରାସ୍ତାର ଉଭୟ ପାର୍ଶ୍ୱରେ କେନାଲ ବା ଡ୍ରେନ ନିର୍ମାଣ କରିବା ପାଇଁ ଦାବି ହେଉଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories