www.samajalive.in
Saturday, December 6, 2025
14.1 C
Bhubaneswar

କୋଟିଏ ଟଙ୍କା ଖର୍ଚ୍ଚ ହେଲା, ଘାଗୁଡ଼ିମାଲ ଗ୍ରାମକୁ କେବେ ପକାରାସ୍ତା 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ପାଞ୍ଚ କିମି ଦୂରରେ ଥିବା ଘାଗୁଡିମାଳ ଗ୍ରାମ। କଲ୍ୟାଣସିଂହପୁର ଠାରୁ ପାର୍ଶାଲି ଯିବା ଆରଡ଼ି ରାସ୍ତା ଠାରୁ ପ୍ରାୟ ୨କିମି ଦୂରତା ପ୍ରତିବର୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଏହି ରାସ୍ତାରେ ଅନେକ ଜୀବନ ଯାଇଥିବା ନଜର ରହିଛି। ରାସ୍ତା ଖରାପ ଥିବାରୁ ଗାଡି ଯାଇପାରୁନି। ଆମ୍ବୁଲାନ୍ସ ରୋଗୀକୁ ଆଣିବା ପାଇଁ ଯିବା ସମୟରେ ଆଧା ରାସ୍ତାରେ ଅଟକି ଗଲେ ବୋହି ଆଣିବାକୁ ପଡିଥାଏ। ବେଳେ ବେଳେ ଗ୍ରାମଠାରୁ ରୋଗୀ, ଗର୍ଭବତୀ, ଶିଶୁ ମାନଙ୍କୁ ଆରଡ଼ି ରାସ୍ତା ପ୍ରାୟ ଦୁଇ କିମି ବୋହି ଆଣିବା ପରେ ରୋଗୀବୁହା ଗାଡ଼ିରେ ଆଣିବାକୁ ପଡିଥାଏ। ଏହି ରାସ୍ତାରେ ଖରାଦିନେ ଯେନ ତେନ ପ୍ରକାର ଲୋକଙ୍କ ଯାତାୟତ ହୋଇଯାଏ। ବର୍ଷା ଦିନ ଆସିଗଲେ ଏହି ଗ୍ରାମର ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଯାଏ ରାସ୍ତା। ବର୍ତ୍ତମାନ ପଞ୍ଚାୟତ ପକ୍ଷରୁ ମନେରଗାରେ ୧୦ ଲକ୍ଷ ଟଙ୍କା ରଖାଯାଇଛି। କିନ୍ତୁ କାର୍ଯ୍ୟ କରାଯାଉନାହିଁ। ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ, ନେତା ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାନୀରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କାହିଁକି ରାସ୍ତା କାର୍ଯ୍ୟ ବିଳମ୍ବ କରାଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ଅଭିଯୋଗ ଶୁଣାଣିରେ ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ କହିବାରୁ ତୁରନ୍ତ କାର୍ଯ୍ୟ କରାଯିବ ବୋଲି କହିଥିବା ଗ୍ରାମର ରାମ କର୍ଷିକା, ନାଗବଂଶ ନୀଳ, ନାଗବଂଶ ସଦା, ଗଙ୍ଗାଧର ନାଗ ପ୍ରମୁଖ କହିଛନ୍ତି। ମନେରଗାରେ କେବଳ ମାଟି କାମ ନକରି ପିଚୁ କି ସିମେଣ୍ଟ ରାସ୍ତା କରାଯାଉ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଖାଦ୍ୟରୁ ବାରମ୍ବାର କେଶ ବାହାରିବା ଦିଏ ଏହି ସଙ୍କେତ ; ଏମିତି ପାଆନ୍ତୁ ମୁକ୍ତି

ଦୀର୍ଘ ବର୍ଷ ପରେ ଜୁଲାଇ ୬ରେ ଶୁକ୍ର-ଶନିଙ୍କ ଲାଭଦୃଷ୍ଟି ଯୋଗ ; ଏହି ୫ ରାଶି ପାଇଁ ବରଦାନ, ହେବ ଧନର ବର୍ଷା, ବିବାହ, କିଣିବେ ଘର,ଗାଡି..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories