www.samajalive.in
Sunday, December 7, 2025
14.1 C
Bhubaneswar

ନୂତନ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ କରାଯାଇଛି ।ଏଥିରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ରୋଗୀଙ୍କୁ ଭେଟି ସମସ୍ୟା ବିଷୟରେ ପଚାରିବୁଝିବା ସହ ମେଡିକାଲ କୁ ସଫାରଖିବା ପାଇଁ ରୋଗୀଙ୍କ ସମ୍ପକୀୟ ଙ୍କୁ ବୁଝାଇ ଥିଲେ । ଏହାପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଧାକର ରଇତ, ଜିଲ୍ଲାପରିଷଦ ସଭ୍ୟା ନିର୍ମଳା କାଡ୍ର।କା ,ଆୟୁଷ ଡାକ୍ତର ଅର୍ଣ୍ଣପୂର୍ଣ୍ଣା ତାଣ୍ଡି, ଡାକ୍ତର ସୋମ୍ୟରଞ୍ଜନ ଜେନା ମଞ୍ଚାସିନ ରହିଥିଲେ । ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ କଣ ଆବଶ୍ୟକ ରହିଛି ଓ କଣ କରାଯାଇଛି ସେବିଷୟରେ ବୈଠକରେ ମେଡିକାଲ ପକ୍ଷରୁ ଉପସ୍ଥାପନ କରିଥିଲେ ।ବ୍ଲକ ତରଫରୁ କେଉଁ କାର୍ୟ୍ୟ କରାଯାଇ ପାରିବ ତାହା ମନ୍ତ୍ରୀ ଶ୍ରୀ ସାରକା ବିଡ଼ିଓ ସୁଧାକର ରଇତଙ୍କୁ କହିଥିଲେ ।ଏଥିରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।ସ୍ୱଳ୍ପ ସମୟ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା କାଡ଼ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ।ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଗ୍ରାମବାସୀ, ବୁଦ୍ଧିଜୀବୀ, ବିଜେଡି ଦଳୀୟ କର୍ମୀ,ଆଶା, ପ୍ରମୁଖ ଉପସ୍ଥିତ ରହିଥିଲେ ।ଶେଷରେ ବିପିଏମ କୈଳାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ମନ୍ତ୍ରୀ ନୂତନ ଭାବରେ ସୁନାଖଣ୍ଡି ପଞ୍ଚାୟତ ର ପ୍ରଧାନୀଗୁଡା ଠାରେ ହେବାକୁ ଥିବା ଏକ ଲବ୍ୟ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରିବା ପାଇଁଯାଇଥିବା ସୂଚନା ମିଳିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories