www.samajalive.in
Monday, December 8, 2025
16.1 C
Bhubaneswar

ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କଲେ ତଳ ସାଜା ଗ୍ରାମବାସୀ 

କଲ୍ୟାଣସିଂହପୁର : ଦୀର୍ଘ ବର୍ଷ ହେବ ସରକାରଙ୍କ ନିକଟରେ ଗୁହାରି ଜଣାଇଥିଲେମଧ୍ୟ ସୁଫଳ ମିଳିନଥିବାରୁ ଗ୍ରାମବାସୀଙ୍କ ମିଳିତ ଚେଷ୍ଟାରେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରିଆସୁଛନ୍ତି । ଏମିତି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ଶିକରପାଇ ପଞ୍ଚାୟତର ତଳ ସାଜା ଗାଁ ନିକଟରେ । ବହି ଯାଉଥିବା ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି । ଉକ୍ତ ଗାଁରେ ପ୍ରାୟ ୩୭ପରିବାର ରହୁଥିବା ବେଳେ ପ୍ରତ୍ୟେକ ପରିବାର ପିଛା କିଛି ଟଙ୍କା ଆଦାୟ କରି ପ୍ରତି ବର୍ଷ କାଠ ପୋଲ ନିର୍ମାଣ କରିଆସୁଛନ୍ତି ।ତାହା ସାମାନ୍ୟ ବର୍ଷା ହୋଇ ନଦୀରେ ବନ୍ୟା ଆସିଲେ ଉକ୍ତ ପୋଲ କୁ ଧୋଇ ନେଇଯାଉଛି ।

ଏହାକୁ ନେଇ ୩ ଖଣ୍ଡ ତଳ ସାଜା, ଉପର ସାଜା, ଆରାଗାଣ୍ଡ ଗାଁ ଲୋକେ ପଞ୍ଚାୟତ ଠାରୁ ବ୍ଲକ ,ନେତା ମନ୍ତ୍ରୀ ଙ୍କୁ ବାରମ୍ବାର ଗୁହାରୀ କରି ଆସୁଥିଲେ ସୁଧା ତାହା ସୁଫଳ ମିଳି ନଥିଲା । ଏହି ସ୍ଥାନରେ ପୋଲ ନିର୍ମାଣ କରାଯିବ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେବାପରେ ମଧ୍ୟ କିଛି କାର୍ୟ୍ୟକାରୀ ହୋଇପାରିନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।  ଏହି ଗ୍ରାମବାସୀ ଶିକରପାଇ ସଦର ପଞ୍ଚାୟତକୁ ଆସିବା ପାଇଁ ହେଲେ ନାଗାବଳୀ ନଦୀ ପାରି ହୋଇ ୫ କିମି ବାଟ ଆସିବାକୁ ହେଉଥିବା ବେଳେ ଅନ୍ୟ ପଟେ ଉକ୍ତ ଗାଁ ଠାରୁ ଶିକରପାଇ ପଞ୍ଚାୟତ କୁ ଆସିବାପାଇଁ ହେଲେ ମାଝୀଗୁଡା ଓ ବୁଡ଼ାଗୁଡା ଦୁଇଟି ପଞ୍ଚାୟତ ଅତିକ୍ରମ କରି ଆସିବାକୁ ପଡୁଛି । ଗର୍ଭବତୀ, ରୋଗୀ, ଛାତ୍ରଛାତ୍ରୀ ଓ ଜରୁରୀକାଳୀନ କାର୍ୟ୍ୟପାଇଁ ବ୍ୟାଙ୍କ, ସ୍ୱାସ୍ଥ୍ୟ କେନ୍ଦ୍ର, ଜନସେବା କେନ୍ଦ୍ର, ବିଦ୍ୟାଳୟ ,ଅନ୍ୟାନ୍ୟ କାର୍ୟ୍ୟ ପାଇଁ ଆସିବାକୁ ପଡିଥାଏ। ବୁଲିକି ସଦର ପଞ୍ଚାୟତ କୁ ଆସିବା ପାଇଁ ଅସୁବିଧା ହେଉଥିବା ଯୋଗୁଁ ପୁଣି ତଳ ସାଜା ବାସୀ ଘର ପିଛା ୧୫୦୦ ଟଙ୍କା ଲେଖାଏଁ ଆଦାୟ କରି ଜଙ୍ଗଲରୁ କାଠ ସଂଗ୍ରହ କରିବା ପରେ ନିଜ ଶ୍ରମ ଦାନ ରେ ୫ଦିନ ମଧ୍ୟରେ କାଠ ପୋଲ ତିଆରି କରିଛନ୍ତି ।ଏଥିରେ ଦୁଇ ଚକିଆ ଯାନ ଯାତାୟତ କରିପାରିବ ବୋଲି ଗ୍ରାମବାସୀ କହିଛନ୍ତି ।ଯଦି ପ୍ରଶାସନ ପକ୍ଷରୁ ତୁରନ୍ତ ପୋଲ ନିର୍ମାଣ କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମର ମୁକୁନ୍ଦ ମିଣିଆକା,ମୋହନ ରାଓ ମିଣିଆକା, ରାମଚନ୍ଦ୍ର ମିଣିଆକା, ଗଙ୍ଗାଧର ମିଣିଆକା, ସଦା ମିଣିଆକା, ମୁକୁନା ମିଣିଆକା, ସୁରୁଣା ମିଣିଆକା ପ୍ରମୁଖ କହିଛନ୍ତି ।
୨୦୧୭ ମସିହା ଜୁଲାଇ ୧୬ତାରିଖରେ ନାଗାବଳୀ ଓ କଲ୍ୟାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ବ୍ଲକ ବହୁ କ୍ଷୟକ୍ଷତି ହେବା ସହିତ ୫ ଟି ପୋଲ ଓ ଗୋଟିଏ ଝୋଲା ପୋଲ ଧୋଇ ନେଇଯାଇଥିଲେ ।ସେହି ସମୟରେ ନାଗାବଳୀ ନଦୀରେ ପ୍ରଖର ବନ୍ୟା ପାଣି ଥିବା ବେଳେ ତଳ ସାଜା ଗ୍ରାମର ଗର୍ଭବତୀ ଙ୍କୁ ଏକ ଷ୍ଟ୍ରେଚର ସାହାଯ୍ୟରେ ଜୀବନକୁ ବାଜି ଲଗାଇ ୬ ଜଣ ସାହସୀ ଯୁବକ ଭରା ନଦୀ ପାରକରି ବଞ୍ଚାଇଥିଲେ ।ଏହି ଖବର ପ୍ରଚାର ପ୍ରସାର ହେବା ପରେ ଉକ୍ତ ଅଞ୍ଚଳକୁ ବ୍ଲକ ,ଜିଲା ପ୍ରଶାସନ ଠାରୁ ନେତା ମନ୍ତ୍ରୀ ଗସ୍ତ କରି ଲୋକଙ୍କୁ ଆଶ୍ୱାସନା ଦେବା ସହିତ ନାଗାବଳୀ ନଦୀରେ ପୋଲ ନିର୍ମାଣ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଏହି ବିଷୟରେ ବାରମ୍ବାର ପ୍ରସ୍ତାବ ପଠାଯାଇଛି । କିନ୍ତୁ ସରକାରଙ୍କ ଠାରୁ କୌଣସି ନିର୍ଦ୍ଧେଶ ଆସିନାହିଁ ବୋଲି କହିଛନ୍ତି । ଏସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ମୁଁ ସାଜା ଗାଁ କୁ ପରିଦର୍ଶନରେ ଯିବି ,ସେଠାରେ ବଡ ପୋଲ ହେବାର ଅଛି । ବ୍ଲକ ତରଫରୁ କଲଭେଟ ତିଆରି କରୁଛୁ, ସେହିଠାରେ କଲଭେଟ ହୋଇପାରିବ ନାହିଁ। ବଡ ପୋଲ ଆବଶ୍ୟକ ରହିଛି । ଏହାକୁ ନେଇ କମ୍ପୁଟେଣ୍ଟ ଅଫିସ କୁ ଯୋଗାଯୋଗ କଲେ ସେମାନେ ତିଆରି କରିପାରିବେ । ବ୍ଲକ ତରଫରୁ ଉକ୍ତ ଗାଁକୁ ଯାତାୟତ ପାଇଁ ଯୋଗାଯୋଗରସୁବିଧା କରିବୁ ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories