www.samajalive.in
Sunday, December 7, 2025
13.1 C
Bhubaneswar

ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଏକ୍ସ ରେଗୁଲାର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ପାଇଁ କେନ୍ଦ୍ର ପରିଦର୍ଶନ କଲେ (ଡି ଇ ଇ) ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ।
ଆଜି ତିନି ଜଣିଆ ଏକ ଟିମ କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଆସିଥିଲେ ।ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୬ତାରିଖ ଠାରୁ ପ୍ରତ୍ୟେକ ଦଶମ ଓ ଦ୍ୱାଦଶ ଖୋଲିବା ପାଇଁ ନିର୍ଦେଶକ ରହିଥବା ବେଳେ ପୁଣି ଚଳିତ ମାସ ୩୦ ତାରିଖରେ ଦଶମ ଶ୍ରେଣୀ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଥିବାରୁ ଉକ୍ତ ବିଦ୍ୟାଳୟ କୁ ପରୀକ୍ଷା କେନ୍ଦ୍ର କରାଯାଇଛି ।ତେଣୁ (ଡିଇଇ)ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ, (ଡିଏସଏସ)ଜିଲା ବିଜ୍ଞାନ ସଂଯୋଜକ ମୋନଜ କୁମାର ଗୌଡ଼, (ଆଇପିଇ)ଜିଲା କ୍ରୀଡା ସଂଯୋଜକ ସୁଦର୍ଶନ ମଲ୍ଲିକ ଗସ୍ତକରି ବିଦ୍ୟାଳୟର ପରିସ୍ଥିତି ,ବିଭିନ୍ନ ବିଷୟରେ ଅନୁଧ୍ୟାନ କରି ଥିଲେ । ଏବଂ ପ୍ରଧାନ ଶିକ୍ଷକ ଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶ କରିଥିଲେ ।
ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର, ପ୍ରଦୀପ କୁମାର ଦଳେଇ, ମନୋଜ କୁମାର ସାହୁକର, ଅଜିତ କୁମାର ଦାସ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories