www.samajalive.in
Monday, December 8, 2025
16.1 C
Bhubaneswar

କାଗଜପତ୍ରରେ ଚାଲିଛି ମାଆ ଗୃହ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ଦାନୁସାହିରେ ଥିବା ମାଆ ଗୃହ କେବଳ କାଗଜ ପତ୍ରରେ ଚାଲିଥିବା ଅଭିଯୋଗ ହେଉଛି । ବ୍ଲକରେ ମାଝୀଗୁଡା ଓ କଲ୍ୟାଣସିଂହପୁର ଦୁଇଟି ସ୍ଥାନରେ ମାଆ ଗୃହ କାର୍ଯ୍ୟକାରୀ ହେଉଛି । ଉକ୍ତ ମାଆ ଗୃହ ବ୍ଲକର ୯ଟି ପଞ୍ଚାୟତର ଗର୍ଭବତୀମାନଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରଠାରୁ ଆଣି ମାଆ ଗୃହରେ ରଖି ସେମାନଙ୍କୁ ଉତ୍ତମ ଚିକିତ୍ସା ଓ ସୁଷମ ଖାଦ୍ୟ ଦେବା ମାଆ ଗୃହର ଦାୟିତ୍ୱ ରହିଛି । କିନ୍ତୁ ଏଠାରେ ଓଲଟା ଦେଖିବାକୁ ମିଳୁଛି । ଦୁର୍ଗମ ଅଞ୍ଚଳ ହେଉ ବା ଅନ୍ୟ ଦୂରଦୂରାନ୍ତର ଅଞ୍ଚଳର ଗର୍ଭବତୀମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ମାଆ ଗୃହ ପରିଚାଳିକା କଳାବତୀ ନାଇଡୁ ଉକ୍ତ ଖବର ପାଇ ସାଥିରେ ଥିବା କର୍ମୀମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ନେଇ ନିଜ ଖାତାରେ ଉଲ୍ଲେଖ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଉଛନ୍ତି । ଆସିଥିବା ଗର୍ଭବତୀମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇ ଘରକୁ ଫେରି ଯାଉଛନ୍ତି। ଗର୍ଭବତୀଙ୍କୁ ମାଆ ଗୃହକୁ ନେଇ ନିୟମ ଅନୁଯାୟୀ ଖାଦ୍ୟ ନ ଦେଇ ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବା ଯୋଗୁଁ ମାଆ ଗୃହ ଛାଡି ଲୁଚି ଚାଲିଯାଉଥିବା ଅଭିଯୋଗ ହେଉଛି । ଗର୍ଭବତୀଙ୍କୁ ବାର ଅନୁସାରେ ସକାଳ, ମଧ୍ୟାହ୍ନ, ଅପରାହ୍ନ ଓ ରାତିରେ କ’ଣ କ’ଣ ଖାଇବା ଦିଆଯିବ, ତା’ର ତାଲିକା ପ୍ରସ୍ତୁତ କରି କାନ୍ଥରେ ଟଙ୍ଗା ଯାଉଛି କିନ୍ତୁ ରୋଗୀକୁ କିଛି ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ମାଆ ଗୃହରେ ୮ଜଣ ଗର୍ଭବତୀ ରହିଥିବା ସୂଚନା ମିଳିଥିଲା । ଏହାକୁ ନେଇ କିଛି ପ୍ରତିନିଧି ମାଆ ଗୃହକୁ ଯାଇ ଦେଖିବା ବେଳେ ଜଣେ ହେଲେ ରୋଗୀ ନ ଥିବା ଦେଖିଥିଲେ । ଏ ବିଷୟରେ ମାଆ ଗୃହ ପରିଚାଳିକାଙ୍କୁ ପଚାରିବାରୁ ବର୍ତ୍ତମାନ ସେମାନେ ବୁଲିବାକୁ ଯାଇଛନ୍ତି ବୋଲି କହିଥିଲେ । ପୁଣି ୭ଟା ସମୟରେ ଯାଇ ପଚାରିବାରୁ ୮ଟି ବେଡ୍‌ରେ ୯ଜଣ ଗର୍ଭବତୀ ଅଛନ୍ତି, ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ୩ଜଣଙ୍କୁ ନିଆଯାଇଛି ଓ ଦୁଇ ଜଣଙ୍କୁ ତାଙ୍କ ସ୍ୱାମୀମାନେ ଆସି ନେଇଗଲେ ବୋଲି କହିଥିଲେ ।

ଅନ୍ୟପଟେ ସ୍ୱାସ୍ଥ୍ୟକେନ୍ଦ୍ରକୁ କୌଣସି ଗର୍ଭବତୀ ଚିକିତ୍ସା ପାଇଁ ଆସିନଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି । ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଆ ଗୃହ ପରିଚାଳନା ଅଧିକାରିଣୀଙ୍କୁ ପଚାରିବାରୁ ତାଙ୍କ ସ୍ୱାମୀମାନେ ଆସି ଗର୍ଭବତୀମାନଙ୍କୁ ନେଇଯାଇଥିବା କହିଥିଲେ । ଗୋଟିଏ ଭୁଲକୁ ଲୁଚାଇବା ପାଇଁ ବହୁତଗୁଡିଏ ମିଛ କହି ଚାଲିଛନ୍ତି ମାଆ ଗୃହ ଅଧିକାରିଣୀ । ଏ ବିଷୟରେ ଭାରପ୍ରାପ୍ତ ଡାକ୍ତର ସୌମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ମାଆ ଗୃହରୁ ଗୋଟିଏ ବି ରୋଗୀ ଆସିନଥିବା କହିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories