ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଉ ଅଡିଓ ଟ୍ୟାପ ଜାରି, ୭ ଜିଲାରେ ବନ୍ଦ ପାଳନ ପାଇଁ ଆହ୍ୱାନ

କଲ୍ୟାଣସିଂହପୁର:ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜି ଏକ ଅଡିଓ ଟ୍ୟାପ ଜାରି ହୋଇଛି। ଅଡିଓ ଟ୍ୟାପପ ରେ ଆସନ୍ତା ମେ ୧୫ ତାରିଖ ଦିନ ୧୨ ଦଫା ଦାବି ନେଇ ୭ ଜିଲା ରେ ବନ୍ଦ ପାଳନ ନିମନ୍ତେ ଆହ୍ବାନ ଦେଇଛନ୍ତି। ସେହି ଜିଲା ଗୁଡିକ ହେଲା ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ,ବୌଦ୍ଧ, ଗଜପତି ଓ ନୟାଗଡ଼। ଏହି ବନ୍ଦ ପାଳନ ସମୟରେ ଅତି ଅଵଶ୍ୟକୀୟ ତଥା ମେଡିକାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର, କ୍ଷୀର ଗାଡ଼ି ଓ ପରୀକ୍ଷା କେନ୍ଦ୍ରକୁ ବାଦ ଦେବା ନିମନ୍ତେ ଅଡିଓ ଟ୍ୟାପ ମାଧ୍ୟମରେ କହିଛନ୍ତି। ସେଇ ୧୨ ଗୋଟି ଦାବି ଯାହା ମାଓବାଦୀ ସଂଗଠନ ଅଡିଓ ମାଧ୍ୟମରେ ଜଣାଇଛନ୍ତି ସେଗୁଡିକ ହେଲା ଯୋଗ୍ୟ ଗରିବ ଆଦିବାସୀ ଚାଷୀମୁଲିଆ ଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆ ଯାଉ ,ପିଡ଼ିଏସ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆ ଯାଉ ,ପ୍ରତ୍ୟେକ ଗାଁ କୁ ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏଁ ବିଜୁଳି, ପ୍ରତି ପଞ୍ଚାୟତରେ ଡାକ୍ତର ଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି,ପ୍ରତି ପଂଚାୟତ ରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା,ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲା ଯାଉ, ଖାଲି ଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ, ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେରେ ଉଚ୍ଚଶିକ୍ଷା ଦିଆଯାଉ,ବିଧବା ଓ ବାର୍ଦ୍ଧିକ୍ଷ ଭତା ୩୦୦୦ କୁ ବୃଦ୍ଧି କରିବା, ବେକାରୀ ଙ୍କୁ ଦାଦନ ଯିବା ରୋକା ଯାଉ ଯୋଉ ଦିନ ଯାଏଁ ରଜଗାର ଦିଆ ଯାଇ ନାହିଁ ସେ ଯାଏଁ ବେକାରୀ ଭତା ମାସକୁ ୩୦୦୦ ପ୍ରଦାନ। ମନେରେଗା ଯୋଜନା ରେ ବର୍ଷକୁ ୨୦୦ ଦୀନ ଏବଂ ଦିନକୁ ମଜୁରୀ ୬୦୦ ଦିଅନ୍ତୁ,ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ ଜିଏସଟି ଉଠେଇ ସମସ୍ତ ଜଂଗଲିଯାତ ଦ୍ରବ୍ୟ ଉଚିତ ମୁଲ୍ୟ ଓ ଚାଷୀଙ୍କୁ ପେନସନ ପ୍ରଦାନ ସହ ଚାଷୀ ଋଣ ଛାଡ଼ ଓ ପ୍ରତୀ ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯିବା ଓ ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କମ୍ପାନୀକୁ ଲିଜ ବାତିଲ କରାଯାଇ ଓ ସେଇ ଜାଗାରେ ଜଙ୍ଗଲ ଜାତ ଦ୍ରବ୍ୟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉ ଓ ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଦାବୀ ତୁରନ୍ତ ମାନି ନିଅନ୍ତୁ ବୋଲି ଦାବି ଉଲ୍ଲେଖ କରିଛନ୍ତି। ୧୫ ତାରିଖ ଦିନ ବନ୍ଦ ପାଳନ ସଫଳ କରିବାକୁ ସହଯୋଗ କରିବା ନିମନ୍ତେ ନିବେଦନ କରିଛନ୍ତି ମାଓବାଦୀ ।

kalyan agarbati

Comments are closed.