www.samajalive.in
Sunday, December 7, 2025
23.1 C
Bhubaneswar

ଶିତାଲାମା ଜଳବିଭାଜିକା ପ୍ରକଳ୍ପର ଶୁଭଉଦ୍‌ଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ବୁଡାଗୁଡା ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ଶିତାଲାମା ଜଳବିଭାଜିକା ପ୍ରକଳ୍ପ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ସାମଲଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ଜଳବିଭାଜିକା ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହ ଜଳ, ଜମି, ଜଙ୍ଗଲ, ଜନ୍ତୁ ଏବଂ ଲୋକଙ୍କର ଜୀବିକାରେ ଉନ୍ନତି ହେଲେ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି କହି ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ନିର୍ମାଣ ଅନୁଷ୍ଠାନର କର୍ମୀ ମନୋଜ କୁମାର ପ୍ରଧାନ ଓ ଜିତେନ୍ଦ୍ର କୁମାର ଦିଗାଳ ବର୍ତ୍ତମାନ ଅଞ୍ଚଳର ଜଳ, ଜମି, ଜଙ୍ଗଲ ଏବଂ ଜନ୍ତୁଙ୍କର ସ୍ଥିତି ସଂପର୍କରେ ଆଲୋଚନା କରି ଏହାର ସଂରକ୍ଷଣ, ସୁରକ୍ଷା ଓ ଉପଚାର କିପରି କରାଯାଇପାରିବ ସେ ଦିଗରେ ଲୋକଙ୍କୁ ଅବଗତ କରାଇଥିଲେ। ଏହି ଜଳବିଭାଜିକା ପ୍ରକଳ୍ପ ଅଧିନରେ ୮ ଗୋଟି ଗ୍ରାମ ଯଥା- ଅଲଣ୍ଡା, ବୁଡାଗୁଡା, କୁମାରଗୁଡା, ପେଟିଲିଗୁଡା, କୃଷ୍ଣପାତ୍ରଗୁଡା, ଡୁମୁରିପଦର, ପୋଡଚୂଆପଦର ଓ ଚାମରଯୋଡି ଗ୍ରାମର ମୋଟ ୧୧୫୬.୮୯ ହେକ୍ଟର ଜମିରେ ଜଳବିଭାଜିକା କାର୍ଯ୍ୟ ସଂପାଦନ କରାଯିବ। ଉକ୍ତ କାର୍ଯ୍ୟକ୍ରମକୁ ନିର୍ମାଣ ଅନୁଷ୍ଠାନ ଦ୍ବାରା ନାବାର୍ଡ ସହାୟତାରେ ଆୟୋଜନ କରାଯାଇଥିଲା ଏବଂ ୮ଟି ଗ୍ରାମର ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲୋକ ଏଥିରେ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories