ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ସମ୍ପର୍କୀତ ତାଲିମ ଶିବିର
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ୍ଭାବନା ଗୃହଠାରେ ଗୁରୁବାର ରାଜ୍ୟ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ଡାକ୍ତର ସୁନିଲ କୁମାର ଖରାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଟ୍ରେନର ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ମଣ୍ଡଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ ଓ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ତାଲିମ ଶିବିରରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ସମସ୍ତ ଶିଶୁ ବିକାଶର ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀ ତାଲିମ ନେଇଥିଲେ । ସର୍ଭେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା ଓ ସର୍ଭେ ଆଇସିଆର ଫର୍ମ ଦ୍ଵାରା କିପରି ପଞ୍ଜୀକୃତ କରାଯିବ ସେନେଇ ତାଲିମ ଦିଆଯାଇଥିଲା। ଉକ୍ତ ତାଲିମ ଶିବିରରେ ତହସିଲଦାର ସୁଧାକର ରଇତ ମଧ୍ୟ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରଥମ ପର୍ଯ୍ୟାୟ ପରେ ୨୧ତାରିଖରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ତାଲିମ ଦିଆଯିବ ବୋଲି ଜଣାପଡିଛି ।
Comments are closed.