www.samajalive.in
Sunday, December 7, 2025
23.1 C
Bhubaneswar

ଅବକାରୀ ବିଭାଗ ଚଢଉ ; ଦେଶୀମଦ ଜବତ, ଦୁଇ ମହିଳା ଗିରଫ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଅବକାରୀ ବିଭାଗ ତିନୋଟି ଗାଁରେ ଚଢଉ କରି ୧୦୫ ଲିଟର ଦେଶୀମଦ ଓ ଦୁଇ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅବକାରୀ ବିଭାଗର ଅଧିକ୍ଷକ (ସୁପରଟେଣ୍ଡ) ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ ରାୟଗଡା ମୋବାଇଲ ସ୍କ୍ୱାର୍ଡ ଓ କଲ୍ୟାଣସିଂହପୁରରେ ଥିବା ଅବକାରୀ ବିଭାଗ ମିଳିତରେ ବୁଡ଼ାଗୁଡା ପଞ୍ଚାୟତର କଦଳିଚୁଁଆ, ଚାମରଯୋଡି, ଡ଼ମଲିମା ଗାଁରେ ଚଢ଼ାଉ କରି ୬୫୦ ଲିଟର ମହୁଲ ପଚ ନଷ୍ଟ କରିବା ସହ ୧୦୫ଲିଟର ଦେଶୀ ମଦ, ୮୦ ଲିଟର ସଲପ ତାଡି ଜବତ କରି ଦୁଇ ଜଣ ମହିଳାକୁ ଗିରଫ କରାଯାଇଥିବା ଅବକାରୀ ବିଭାଗର ମୋବାଇଲସ୍କ୍ୱାର୍ଡର କିଶୋର ରଥ ସୂଚନା ଦେଇଛନ୍ତି । ୩ଟି ଅବକାରୀ ମକଦମାରେ ଦୁଇ ଜଣ ମଦ ମାଫିଆ ମହିଳା ଡମଲିମା ଗାଁର ହାରାବତୀ ବେନିଆ ,କଦଳିଚୁଆ ଗାଁର ସମ୍ଭାରୀ କନ୍ଧପାଣିଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ସମୟରେ ଏସ ଆଇ କିଶୋର ରଥ, ଏସ ଆଇ ଚୀଦା ନନ୍ଦ ବେହେରା କରୁଣା କର ପାତ୍ର, ରାମଜାନ ଖାନ, ପି. କିଶୋର ,ମହିଳା ସିପାହୀ ରିନା ବାରିକ,ଇଶ୍ୱର କାଡ୍ରାକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories