www.samajalive.in
Sunday, December 7, 2025
23.1 C
Bhubaneswar

ବାଇକ୍‌‌ରୁ ଖସି ଯୁବକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ମୁଖ୍ୟ ବଜାର ସଡକରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଅଜୟ ହିକକା ( ୨୦) । ଅଜୟଙ୍କ ଗାଁ କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଗୁଣ୍ଡରିଗୁଡା ନିକଟସ୍ଥ ବାଉଗୁଡା । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।
ସୂଚନା ଯୋଗ୍ୟ, କଲ୍ୟାଣସିଂହପୁରରେ ଶିବରାତ୍ରୀ ଯାତ୍ରା ଚାଲୁଥିବାରୁ ଅଜୟ ଯାତ୍ରା ଦେଖି ପାହାନ୍ତିଆ ସମୟରେ ନିଜ ଘରକୁ ଫେରୁଥିବା ବେଳେ ପଥର ଖଣ୍ଡ ଉପରେ ବାଇକଟି ଚଢି ଯାଇଥିବାରୁ ମୁଖ୍ୟ ବଜାର ରାସ୍ତାରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡି ଥିଲେ। ଏହାସହ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାଟି ବଜାରର ଥିବା ମିନା ମେଡିକାଲର ସିସି କ୍ୟାମେରାରେ ଯାଞ୍ଚ କରିବାରୁ ଦୁର୍ଘଟଣାର ଦୃଶ୍ୟ ସାମନାକୁ ଆସିଛି । ମୃତଦେହ ପୁଲିସ ଜବତ କରିବା ପରେ ଓଡିଶା ମୋ ପରିବାର ଆମ୍ବୁଲାନ୍ସରେ ମୃତଦେହ ବ୍ୟବଛେଦ କେନ୍ଦ୍ରକୁ ନେଇ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ରାସ୍ତାରେ ପଡି ରହିଥିବା ପଥରଖଣ୍ଡ ଯୋଗୁଁ ଜଣକର ଜୀବନ ଅକାଳରେ ଚାଲିଗଲା ବୋଲି ଅଞ୍ଚଳବାସୀ କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories