www.samajalive.in
Sunday, December 7, 2025
13.1 C
Bhubaneswar

ତିନିମାସ ହେବ ଭତ୍ତା ପାଇନାହାନ୍ତି ଇନ୍ତାଲିଗୁଡା ବାସୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମବାସୀ ତିନିମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ସରକାର ତରଫରୁ ମଧୁବାବୁ ପେନସନ ଯୋଜନାରେ ବିଧବା , ବାର୍ଦ୍ଧକ୍ୟ, ବିକଳାଙ୍ଗଙ୍କୁ ପେନସନ ଯୋଗାଇ ଆସୁଥିବା ବେଳେ ତିନି ମାସ ହେବ ଇନ୍ତାଲିଗୁଡା ଗାଁର ପ୍ରାୟ ୩୦ରୁ ୪୦ଜଣ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି ।
ସେମାନେ ହିକକା ସେଲି, କୁଲେସିକା ଦୀପ, କୁଲେସିକା ମାଝିବାଣୀ, ହିକକା ଜିଟୁ, ମାଝିୱାଣୀ ହିକକା, ପ୍ରାସ୍କା ଲାଚିକା,ମିଲାପୁଇ କୁଲେସିକା, ହିକକା କ୍ରିଷ୍ଣା,କୁନାକାନିଳାଇ ,କୁନାକାଆପେୟା, କୁନାକା ସାଲାଇ,କୁନାକା ଦାସ, କୁନାକା ଗେଡା, କୁନାକା କାଳିଆ, କୁନାକା କମଳା, ହିକକା ଲଖଣ, କୁନାକା ରାଧାମା, ହିକକା ନୀଳକଣ୍ଠ, ହିକକା ଆଲେ ପ୍ରମୁଖକୁ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ଟଙ୍କା ହାତକୁ ଦେଇନାହାନ୍ତି କି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିନଥିବା ମହିଳା ମାନେ କହିଛନ୍ତି । ଏବିଷୟରେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ମାଣ୍ଡାଙ୍ଗିଙ୍କୁ ପଚାରିବାରୁ ସେ କହିଲେ ବିଡ଼ିଓ ଓ ମୋ ପାଖରେ ଖବର ଅଛି । ବ୍ୟକ୍ତି ଗତ କୌଣସି କାରଣ ଯୋଗୁଁ କିଛି ହିତାଧିକାରୀଙ୍କ ଟଙ୍କା ରହିଯାଇଛି । ଆଉ କିଛି ହିତାଧିକାରୀଙ୍କ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇଛି । ତାହା କୌଣସି କାରଣରୁ ବନ୍ଦ ରହିଛି । ଏପରି ପ୍ରାୟ ଚାରି ରୁ ପାଞ୍ଚ ଖଣ୍ଡ ଗାଁକୁ ଟଙ୍କା ଦେବାର ରହିଛି । ସେମାନଙ୍କୁ ଆସ୍ତେ ଆସ୍ତେ କରି ଟଙ୍କା ଦିଆଯିବ ବୋଲି କହିଛନ୍ତି । ଏ ବିଷୟରେ ବିଡ଼ିଓ ତାପସ କୁମାର ଭୋଇଙ୍କୁ ଯୋଗାଯୋଗ ହୋଇ ପାରୁନାହିଁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories