କଲ୍ୟାଣସିଂହପୁର ବ୍ଲକରେ ପ୍ରଥମ ସମିତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସମିତି କାର୍ଯ୍ୟାଳୟ ସଦଭାବନା ଗୃହଠାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଡିଓ ତାପସ କୁମାର ଭୋଇ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା, ଜିଲା ପରିଷଦ ସଦସ୍ୟ ଭି ୱାର ପ୍ରସାଦ ରାଓ, ତହସିଲଦାର ସୁଧାକର ରଇତ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ସମିତିର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟତଃ ପଞ୍ଚାୟତରେ ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟଙ୍କ ମାସିକ ଭତ୍ତା ତାଙ୍କ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ଦିଆଯାଉଛି, ତାହାକୁ ହିତାଧିକାରୀ ମାନେ ଜାଣି ନପାରି ପଞ୍ଚାୟତକୁ ଆସି ଗହଳି କରୁଥିବା ନେଇ ତାର ସମାଧାନ ପାଇଁ ଆଲୋଚନା କରିଥିଲେ । ପାନୀୟ ଜଳ, ସ୍ଥାନୀୟ ଅଞ୍ଚଳରେ କରାଯାଉଥିବା ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ କରାଯାଇଥିବା ଡ୍ରେନ ଉପରେ କିଛି ଲୋକ କୋଠରୀ କରି ରଖିଥିବା ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଏକ ଦଳ ଗଠନ କରି ତାହାକୁ ଉଛେଦ କରିବା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । କୃଷି, ପିଡିଏସ ଚାଉଳ, ମନରେଗା ବିଷୟରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ ସମେତ ସରପଞ୍ଚ, ସମିତି ସଦସ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା ଓ ସ୍ଵାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ରହିନଥିଲେ । ଶେଷରେ ଜିପିଓ ମାନସ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

kalyan agarbati

Comments are closed.