www.samajalive.in
Sunday, December 7, 2025
14.1 C
Bhubaneswar

ଶିକ୍ଷା ସଚେତନତା ରଥ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଗୋଷ୍ଠି ଶିକ୍ଷାକେନ୍ଦ୍ର ଠାରେ ଶିକ୍ଷା ସଚେତନତା ରଥ ଉଦଘାଟନ ହୋଇଛି । ଏଥିରେ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ସଚେତନତା ରଥ ଉଦଘାଟନ କରିଛନ୍ତି । ଏଥିରେ ସରପଞ୍ଚ ବାର୍ଲି ଗୌତମ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ  ବିଜୟ କୁମାର ସେଠୀ , ମୋହନ ରାଓ କଣ୍ଡାଗରୀ , ସମସ୍ତ ମଣ୍ଡଳ ଓ କ୍ଲଷ୍ଟର ସାଧନ ସଂଯୋଜକ ଉପସ୍ଥିତ ରହିଥିଲେ ।
ପ୍ରଥମେ ବ୍ଲକ ଠାରୁ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଣା ଯାଇଥିଲା । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାବତ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ମାନେ ଉକ୍ତ ଶିକ୍ଷା ରଥକୁ ସ୍ୱାଗତ କରିବା ସହ ବନ୍ଦାପନା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ପ୍ରତ୍ୟେକ  ୫ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା । ଆଜି ଜିଲାପାଳ ସୋରଜ କୁମାର ମିଶ୍ରଙ୍କ ଦ୍ଵାରା ଶିକ୍ଷା ସଚେତନତା ରଥ ଉଦଘାଟନ କରାଯିବା ପରେ ଜିଲାର ୧୧ଟି ବ୍ଲକକୁ ଶିକ୍ଷା ସଚେତନତା ରଥ ପଠାଯାଇଛି । ଉକ୍ତ ରଥଟି ୫ ଦିନରେ ବ୍ଲକର ସମସ୍ତ କୋଣଅନୁକୋଣରେ ଥିବା ବିଦ୍ୟାଳୟ ଗୁଡିକକୁ ବୁଲି ବୁଲି ସଚେତନ କରିବ ବୋଲି ଜଣାପଡିଛି । ଏଅବସରରେ ବିଦ୍ୟାର୍ଥୀଙ୍କୁ ନେଇ ଶୋଭାଯାତ୍ରା କରି ଶିକ୍ଷା ବିଷୟରେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories