www.samajalive.in
Friday, December 5, 2025
16.1 C
Bhubaneswar

ମାସେ ହେଲାଣି ୧୦୮ ରୋଗୀବୁହା ଗାଡ଼ି ସେବା ଠପ୍; ରୋଗୀ ହନ୍ତସନ୍ତ

କଲ୍ୟାଣସିଂହପୁର : ଆଦିବାସୀ ଅଧ୍ୟୁଷିିତ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପ୍ରାୟ ମାସେ ହେଲାଣି ୧୦୮ ରୋଗୀବୁହା ଗାଡ଼ି ସେବା ବନ୍ଦ ହୋଇଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହିଥିବା ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ବ୍ଲକରେ ୧୪ ଟି ପଞ୍ଚାୟତ ରହିଥିବା ବେଳେ ଅନେକ ଗାଁ ଦୁର୍ଗମ ଅଞ୍ଚଳରେ ରହିଛି । ରାଜ୍ୟ ସରକାର ରୋଗୀଙ୍କ ସୁବିଧାପାଇଁ ମାଗଣାରେ ରୋଗୀବୁହା ଗାଡି ଯୋଗାଇଛନ୍ତି । ଜରୁରୀ ରୋଗୀ, ଗର୍ଭବତୀ, ପ୍ରସୂତୀ ଓ ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣାରେ ନେବା ଆଣିବା ସୁବିଧା କରିଛନ୍ତି । କିନ୍ତୁ ପ୍ରାୟ ମାସେ ହେଲାଣି ରୋଗୀବୁହା ଗାଡିଟିର କୌଣସି ଯାନ୍ତ୍ରୀକ ତୃଟି ରହିଥିବାରୁ ଜରୁରୀକାଳୀନ ରୋଗୀଙ୍କ କାମରେ ଲାଗୁନି, ଯାହା ଫଳରେ ଅନେକ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଖବର ନେବାରୁ ଜଣାପଡିଛି ଯେ, ଗତ ୨୪ ତାରିଖରୁ ରୋଗୀବୁହା ଗାଡିଟି ଖରାପ ହୋଇ ଜିଲାରେ ଏକ ଗ୍ୟାରେଜରେ ପଡି ରହିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।

ଏହି ବ୍ଲକରେ ଅନେକ ସମୟରେ ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ଭାର, ଖଟିଆରେ ବୋହି ମାଇଲ ମାଇଲ ବାଟ ଚାଲି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚୁଥିଲେ। ଯେଉଁ ଦିନଠାରୁ ରୋଗୀବୁହା ଗାଡିର ସୁବିଧା ପାଇଥିଲେ ସେହି ଦିନଠାରୁ ଲୋକେ ରୋଗୀକୁ ବୁହାକରି ଆଣିବା ବନ୍ଦକରି ରୋଗୀବୁହା ଗାଡିକୁ ସୂଚନା ଦେଇ ସେଥିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ହେଲେ ଗାଡିଟି ପ୍ରାୟ ମାସେ ହେଲାଣି ଖରାପ ରହିଥିବାରୁ ଜରୁରୀକାଳୀନ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହବା ସହ ବେସରକାରୀ ଗାଡିକୁ ଭରସା କରି ଗରୀବଗୁରୁବା ଲୋକେମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ସମସ୍ୟା ଲାଗି ରହିଥିବାରୁ ଗ୍ରାମର କିଛି ଯୁବକ ଏହି ଘଟଣାକୁ ନେଇ ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି । ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରି ତୁରନ୍ତ ଅନ୍ୟ ଏକ ନୂଆ ରୋଗୀବୁହା ଗାଡି ଏହି ବ୍ଲକରେ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । ଯଦି ରୋଗୀବୁହା ଗାଡି ପହଞ୍ଚିବାରେ ବିଳମ୍ବ ହୁଏ ତାହେଲେ ପୂର୍ବଭଳି ଲୋକେ ପୁଣି ଖଟିଆ ଓ ଭାର କରି ରୋଗୀକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ବାଧ୍ୟହେବେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories