www.samajalive.in
Monday, December 8, 2025
16.1 C
Bhubaneswar

ଦେବସ୍ନାନ ଉତ୍ସବ ପାଳିତ 

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ ସେବାୟତ ଓ ଦଇତାପତି ମାନେ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କୁ  ଖେଚୁଡିଅନ୍ନ ଭୋଗ ଲାଗି କରିବା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ନେଇଥିଲେ । ଅପରାହ୍ନ ସମୟରରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ନିଯାଇଥିଲା । ସେବାୟତ ମାନେ ନାଗାବଳୀ ନଦୀରୁ ସୁବାସିତ ଜଳ  ନେଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ  ଶ୍ରୀଜୀଉଙ୍କୁ ସ୍ନାନ କରାଇଥିଲେ। ସନ୍ଧ୍ୟା ସମୟରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶରେ ସୁସଜ୍ଜିତ କରିବା ପରେ ଭକ୍ତମାନେ ଦର୍ଶନ  କରିଥିଲେ । ପୁଣି ପୂଜା ପାଠ କରିବା ପରେ ରାତି ୮ଟା ସମୟରେ ଜୀଉଙ୍କୁ ଅଣସର ଘରେ ପ୍ରବେଶ କରାଯାଇଥିଲା । ସେଠାରେ ଶ୍ରୀଜୀଉଙ୍କୁ ଉପଚାର କରାଯିବା ପରେ ନେତ୍ର ଉତ୍ସବ ଦିନ ନବଯୌବନ ବେଶରେ ଦର୍ଶନ  ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories