BJD Bijuli 480×75 Mob

କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ ପାଳନ

BJD Bijuli 480×75 Mob
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ କରପା ପଞ୍ଚାୟତର ଶ୍ରୀରାମ ନଗର ଆଦିବାସୀ ପଡ଼ିଆଠାରେ କନ୍ଧକୂଳ ସମାଜର ୪୧ତମ ‘ପ୍ରତିଷ୍ଠା ଦିବସ’ ପାଳନ କରାଯାଇଅଛି।  ବୈଠକର ଆଲୋଚ୍ୟ ବିଷୟ ଥିଲା । କନ୍ଧକୁଳ ଭବନ ନିର୍ମାଣ ଓ କନ୍ଧକୁଳ ଭବନ ପରିସରର ସୀମା କୁ ଆଚ୍ଛାଦିତ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜୋନ୍ ସ୍ତରୀୟ କମିଟି ଗଠନ କରାଯାଇଥିଲା। କୁଳ ସମାଜ ସମସ୍ୟାର ସମାଧାନ ଓ ପରିବର୍ତ୍ତନ ଦିଗରେ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟିତ ହେବାକୁ ପ୍ରେରଣା ପ୍ରଦାନ କରାଯାଇଥିଲା।
ଗତ ୨୦୨୩ମସିହାରେ   ପ୍ରତିଷ୍ଠା ଦିବସ ଆଡମ୍ବର ରେ ପାଳନ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଵହୁ ଜନ ସମାଗମ ପାଇଁ ସରକାର ଙ୍କ ଠାରୁ ଆଦେଶ ପ୍ରାପ୍ତ ଆବଶ୍ୟକ ଓ   ପ୍ରତିଷ୍ଠା ଦିବସ ନିମିତ୍ତ ଆନୁସାଙ୍ଗିକ ଆବଶ୍ୟକତା ପ୍ରାପ୍ତି ପଞ୍ଚାୟତ ସ୍ତରରୁ ସକ୍ରିୟତା ସହ ହୋଇ ପାରି ନ ଥିଲା ତେଣୁ ପ୍ରତିଷ୍ଠା ଦିବସ ନିରାଡମ୍ବର ପାଳନ କରାଯାଇଅଛି।
ଏହି ପ୍ରତିଷ୍ଠା ଦିବସ ପାଳନ ବେଳେ ବ୍ଳକ କନ୍ଧ କୁଳ ସମାଜର  ଉପଦେଷ୍ଟା ଲକ୍ଷ୍ମୀ ପ୍ରାସ୍କା, ଜଗେନ୍ଦ୍ର ୱାଡାକା, ବୈଦ୍ୟନାଥ କାଡ୍ରାକା, ଗୋପୀନାଥ ପେରିଶିକା, ଦାନୁ କାଡ୍ରାକା, ଲକି ନାଚିକା, ଆପରାଓ କୁଲିସିକା ସମେତ କନ୍ଧକୁଳ ସମାଜର ବ୍ଳକ ସମ୍ପାଦକ ଧାର୍ମା କାଡ୍ରାକା,କନ୍ଧ କୁଳ ସମାଜର ଉପ ସଭାପତି ଶଙ୍କର ହୁଇକା, ଉପ ସଭାପତି ସୁନିତା ପ୍ରାସ୍କା ସମେତବ୍ଲକରେ ଥିବା ସମସ୍ତ କନ୍ଧ କୁଳ ସମାଜର  ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ଅପ୍ରେଲ ୧ କୁ କନ୍ଧକୁଳ ପ୍ରତିଷ୍ଠା ଦିବସ ରୂପେ ପାଳନ କାରାଯାଇଥିଲା।

Comments are closed.