www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ମ.ରାମପୁର: ଭକ୍ତି ଆଉ ବିଶ୍ୱାସ ର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସ ରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ। ତଳ ସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ ( କଲୋନୀ ପଡା), ଆମ୍ବ ଗାଆଁ ( ବାବୁ ପଡା), ଶୁଣ୍ଢୀ ପଡା, ବମକ, ମୋହନ ଗିରି ଆଦି ଦଣ୍ଡ ପୀଠ ନିଜ ର ତେର ଦିନାମାତ୍କ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି। ଏଇ ତେର ଦିନ ମ, ରାମପୁର ଅଞ୍ଚଳ ଚଳ ଚଞ୍ଚଳ ହୋଇ ପଡେ। ପ୍ରତିଦିନ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରା ରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ।
ଏଠାରେ ସୂଚନା ଥାଉ କି, ମ,ରାମପୁର ଅଞ୍ଚଳରେ ଏହି କାମନା ଦଣ୍ଡ ଯାତ୍ରା ଶହେ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲି ଆସୁଛି। ଦଣ୍ଡ ପୀଠ ଗୁଡ଼ିକ ପ୍ରତି ଦିନ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ନିଜ ସେବାୟତ ମାନଙ୍କ ଦାଣ୍ଡ ରେ ଏହି କାଷ୍ଠା ଓ ନିଷ୍ଠା ର ପର୍ବ ପାଳନ କରନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories