www.samajalive.in
Monday, December 15, 2025
15.1 C
Bhubaneswar

ବୁର୍ଲା ଗୁହୀରା ଟିକ୍ରା ମନ୍ଦିରରେ କଲକୀ ମାଁଙ୍କ ସାଙ୍କେତିକ ରଥଯାତ୍ରା

ବୁର୍ଲା : ବୁର୍ଲା ମହାନଦୀ କୁଳରେ ରହିଥିବା ଗୁହୀରାଟିକ୍ରା ମନ୍ଦିରରେ କଲକୀ ମାଆଙ୍କ ସାଙ୍କେତିକ ରଥଯାତ୍ରା କୋଭିଡ଼ କଟକଣା ମଧ୍ୟରେ ସିମୀତ ଭକ୍ତଙ୍କ ଉପସ୍ଥିତିରେ ଶେଷ ହୋଇଛି । ସବୁଥର ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ଜିଲ୍ଲାର ଏସପି ବି. ଗଙ୍ଗାଧର ଏହି ଅସବରରେ ମାଆଙ୍କ ପୀଠରେ ସହଧର୍ମିଣୀଙ୍କ ସହିତ ଉପସ୍ଥିତ ଥିଲେ। ଗୁହୀରାଟିକ୍ରା ମନ୍ଦିରର ମୁଖ୍ୟ ପୁଜକ ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଦ୍ୱାରା ମାଆଙ୍କ ରୀତିନୀତି ମୁତାବକ ପୁଜାଧ୍ୱଜା ସମ୍ପର୍ଣ୍ଣ କରାଯାଇ ମାଁଙ୍କ ପୁଜାର୍ଚ୍ଚନା କରାଯାଇ ବେଶ ଲାଗି କରା ଯାଇଥିଲା। ଏହାପରେ ଏସପି ବି ଗଙ୍ଗାଧରଙ୍କ ଦ୍ୱାରା ସାଙ୍କେତିକ ଛେରାପହରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ କଳକୀ ମାଆଙ୍କୁ ସାଙ୍କେତିକ ଭାବରେ ରଥ ପର୍ଯ୍ୟନ୍ତ ନିଆଯାଇ କୋଭିଡ଼ କଟକଣା ମଧ୍ୟରେ ପୁନଃ ପୀଠକୁ ଫେରାଇ ଅଣାଯାଇଥିଲା। । ପ୍ରତିବର୍ଷ ଗୁହୀରାଟିକ୍ରା ମନ୍ଦିରରେ ସତ୍ୟ ଅହିଂସାର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ମାତ୍ର କୋଭିଡ଼ ମହାମାରୀ ଫଳରେ ଗତବର୍ଷ ଏହା ସମ୍ଭବପର ହୋଇ ପାରି ନ ଥିଲା । ପୀଠରେ ଭାରତମାତା, ଦେଶର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ଭକ୍ତଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏସପିଙ୍କ ସହଧର୍ମୀଣୀଙ୍କ ଦ୍ୱାରା ଏବଂ ତାଙ୍କ ସହିତ ୪ ଜଣ ନାରୀ ଯୋଗଦାନ କରି ପ୍ରଥମ ମହିଳା ସ୍ୱାଭୀମାନ ଯଜ୍ଞ ଆରମ୍ଭ କରିଥିଲେ । ଏହି ଯଜ୍ଞ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ। ରବିବାର ଯଜ୍ଞରେ ପୁର୍ଣ୍ଣାହୁତୀ ଅନୁଷ୍ଠିତ ହେବ ବୋଲି ମନ୍ଦିରର ମୁଖ୍ୟ ପୁଜକ ସୁରେନ୍ଦ୍ର ନାଥ ମହାପାତ୍ର ସୁଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories