www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଚୌଦ୍ୱାର : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଚୌଦ୍ୱାରରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ପୌର ପାଳିକା ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୌର ନିର୍ବାହୀ ଅଧିକାରୀ ପବିତ୍ର ବେହେରା, ପୂର୍ବତନ କାଉନସିଲର ବିଷ୍ଣୁ ଚରଣ ପରିଡ଼ା, କରୁଣାକର ସାହୁ, ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, ଦିଲ୍ଲିପ କୁମାର ସାହୁ, ମନୋଜ କୁମାର ମହାନ୍ତି, ପୂର୍ବତନ ଉପ ନଗରପାଳ ଅଜୟ କୁମାର ବେହେରା ଆଦିଙ୍କ ସମେତ ସମସ୍ତ ପୌର କର୍ମଚାରୀ ଏବଂ ବହୁ ବରିଷ୍ଠ ନାଗରିକ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଭାତରେ ସ୍ଥାନୀୟ ଶିଶୁ ସଦନରେ ପିଲାମାନଙ୍କଦ୍ୱାରା ଗୀତାପାଠ, ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାର୍ଥନା, ଗାନ୍ଧୀ ବାଣୀ ପଠନ ଆଦି ମାଧ୍ୟମରେ ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁ ସଦନର ଅନ୍ତେବାସୀ ମାନଙ୍କ ସହିତ ରାମଧୂନ କରି ଶୋଭାଯାତ୍ରାରେ ଯାଇ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରିଥିଲେ । ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନରେ ଗାନ୍ଧୀ ଜୟନ୍ତୀ ଉତ୍ସବ, ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories