www.samajalive.in
Sunday, December 14, 2025
16.1 C
Bhubaneswar

ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ଜିଲ୍ଲା ବିଜେପି

ପାଟଣା: ଦିବଂଗତ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଏକାଦଶାହ ଅବସରରେ ଗତକାଲି ପାଟଣା ବ୍ଲକ ରାଇକଳା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ପାଟଣା ବିଧାୟକ ଜଗନ୍ନାଥ ନାଏକ,ଜିଲ୍ଲା ବିଜେଡ଼ି ସଭାପତି ମାଧବ ସର୍ଦ୍ଦାର ,ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ , ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି ଓ ଶ୍ରୀକାନ୍ତ ବିଶ୍ବାଳ ପ୍ରମୁଖଙ୍କ ସହ କେନ୍ଦୁଝର ,ପାଟଣା ଓ ହରିଚନ୍ଦନପୁର ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଓଟିଭି ପକ୍ଷରୁ ଲିତିଶା ମଙ୍ଗତ ପଣ୍ଡା ପ୍ରମୁଖ ଯୋଗଦେଇ ଅରିନ୍ଦମଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜଣାଇଥିଲେ।

ଅରିନ୍ଦମଙ୍କ ପରିବାର ପକ୍ଷରୁ ଦାଦା ଧରଣୀଧର ଦାସ ଓ ତାଙ୍କ ପୁଅ ମାନସ, ଦିବଂଗତ ଅରିନ୍ଦମଙ୍କ ମାତା କୁନି, ପତ୍ନୀ ସମୀକ୍ଷା, ପୁତ୍ର ସାନଭିକ, ଭଉଣୀ ରୋଜାଲିନ ଓ ଝରଣା, ଭିଣୋଇ ସନ୍ତୋଷ ଓ ପାର୍ଥ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ଥିଲେ। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ରାଇକଳା ଗ୍ରାମରେ ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ସ୍ମୃତିକୁ ଜୀବିତ କରି ରଖିବା ପାଇଁଁ ତାଙ୍କର ଏକ ପ୍ରତିମୂର୍ତ୍ତି ରାଇକଳା ଗ୍ରାମରେ ନିର୍ମାଣ କରିବାକୁ ତାଙ୍କ ପରିବାରକୁ ସୂଚନା ଦେଇଛନ୍ତି। ସେହିପରି ଅରିନ୍ଦମଙ୍କ ସ୍ମୃତିରେ ଏକ ସ୍ମରଣିକା ତାଙ୍କ ପ୍ରଥମ ବାର୍ଷିକୀରେ ପ୍ରକାଶ କରାଯିବ ବୋଲି ବିଧାୟକ ଜଗନ୍ନାଥ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଓଟିଭି ପକ୍ଷରୁ ଅରିନ୍ଦମଙ୍କ ସ୍ମୃତିରେ ପ୍ରତିବର୍ଷ ଜଣେ ସାମ୍ବାଦିକତା ଛାତ୍ର ବା ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ଘୋଷଣା କରିଥିବା ଏଠାରେ ଲିତିସା ମଙ୍ଗତ ପଣ୍ଡା ସୂଚନା ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories