ମାଜେରହାଟ ଓଭରବ୍ରିଜ୍‍ ଭୁଶୁଡ଼ି ୫ ମୃତ, ଅନେକ ଆହତ

0

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକତାର ଆଲିପୁରରେ ମଙ୍ଗଳବାର ଅପରାହ୍ଣରେ ମାଜେରହାଟ ଭରବ୍ରିଜ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଲୋକ ଆହତ ହୋଇଛନ୍ତି। ଓଭରବ୍ରିଜ୍‍ ଭଗ୍ନାଂବଶେଷ ତଳେ ଅନେକ ଗାଡ଼ି ମୋଟର ସହ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି।
ସେନା, ଏନଡିଆରଏଫ, ଅଗ୍ନିଶମ ଓ ପୁଲିସ୍‍ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତି ମଧ୍ୟରେ ୬ ଜଣଙ୍କୁ ଉଦ୍ଧାର କରାଯାଇ ଏସ୍‍ଏସ୍‍କେଏମ୍‍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦିନ ୪ଟା ୪୫ ସମୟରେ ହଠାତ୍‍ ଓଭରବ୍ରିଜ୍‍ର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ସେତେବେଳେ ଓଭରବ୍ରିଜ୍‍ ଉପରେ ୫ରୁ ୬ଟି ବାଇକ୍‍, ଏକ ମିନି ବସ୍‍ ଓ କେତେକ ଚାରି ଚକିଆ ଯାନ ଥିଲା। ଦକ୍ଷିଣ କଲିକତାର ଏହା ୬୦ ବର୍ଷ ତଳର ପୁରୁଣା ଓଭରବ୍ରିଜ୍‍ ବୋଲି କୁହାଯାଉଛି।
ପ୍ରକାଶ ଯେ ଦୁଇ ବର୍ଷ ତଳେ କଲକତାରେ ନିର୍ମାଣଧୀନ ବିବେକାନନ୍ଦ ଓଭରବ୍ରିଜ୍‍ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave A Reply