www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷିଣେଶ୍ୱର ସାରଦା ମଠର ସନ୍ୟାସିନୀଙ୍କ କଳିଙ୍ଗ ମହିଳା ମହାବିଦ୍ୟାଳୟ ପରିଦର୍ଶନ 

ତିଗିରିଆ :  କଲିକତା ଦକ୍ଷିଣେଶ୍ୱର ସାରଦା ମଠ ମୁଖ୍ୟ କାର୍ଯ୍ୟାଳୟର ବିଶିଷ୍ଟ ସନ୍ୟାସିନୀ ପ୍ରବ୍ରାଜିକା ବୀତଭୟ ପ୍ରାଣା ଶୁକ୍ରବାର ତିଗିରିଆ ନିଜିଗଡ଼ସ୍ଥିତ କଳିଙ୍ଗ ମହିଳା ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସନ୍ୟାସିନୀ ଉପସ୍ଥିତ ଛାତ୍ରୀମାନଙ୍କ ସହ ଏକ ଘଣ୍ଟିକିଆ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଯୋଗଦେଇ ପ୍ରତ୍ୟେକ ଶିକ୍ଷା ଗ୍ରହଣ କରିବା ସହିତ ନିଜର ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାର ଉନ୍ମେଷ କରିବା ଆବଶ୍ୟକ ବୋଲି କହିଥିଲେ। ଜୀବନର ଏକ ନିର୍ଦ୍ଧିଷ୍ଟ ଲକ୍ଷ ରଖିବା ଦ୍ବାରା ଏହା ସାଧନ କରିବା ସହଜ ହୋଇଥାଏ ଏବଂ ନିଜକୁ ସାର୍ଥକ କରି ଗଢ଼ି ତୋଳିବା ସମ୍ଭବ ହୋଇଥାଏ। ଯୁବପୀଢ଼ି ରାମ କୃଷ୍ଣ ଓ ବିବେକାନନ୍ଦଙ୍କ ମହାନ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସନ୍ନ୍ୟାସିନୀଙ୍କ ସହିତ ରାମକୃଷ୍ଣ ମିଶନର ସଂଯୋଜକ ରାମଚନ୍ଦ୍ର ଜେନା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସନ୍ୟାସିନୀ ତାଙ୍କ ସ୍ଵଲିଖିତ ପୁସ୍ତକ ‘ଅନିର୍ବାଣ ଦୀପଶିଖା ‘ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories