www.samajalive.in
Sunday, December 14, 2025
23.1 C
Bhubaneswar

ବିଦ୍ୟାଭାରତୀ କ୍ଷେତ୍ରୀୟ ଶିଶୁବାଟିକା କର୍ମଶାଳା

କେନ୍ଦୁଝରଗଡ଼ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡଠାରେ ବିଦ୍ୟାଭାରତୀ କ୍ଷେତ୍ରୀୟ ଶିଶୁବାଟିକା କର୍ମଶାଳା ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଭାରତୀର ପୂର୍ବକ୍ଷେତ୍ର ସହ ଶିଶୁବାଟିକା ସଂଯୋଜକ ପ୍ରଦୀପ କୁମାର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ପୂର୍ବକ୍ଷେତ୍ର ଶିଶୁବାଟିକା ସଂଯୋଜକ ପଙ୍କଜଦା ସରକାର, ଦକ୍ଷିଣବଙ୍ଗର ପୂର୍ଣ୍ଣକାଳୀନ ବିକାଶ ଦା, ଉତ୍ତରବଙ୍ଗର ଦେବୁଦୁଲାଇ ଭୈୟା, ବିମାନ ଚକ୍ରବର୍ତ୍ତୀ, ସିକିମ୍ ପ୍ରାନ୍ତର କୋକିଳା ଛର୍ତ୍ତି, ଅନୀତା ସୁବା, ଏଲିନା ରାୟ ଏବଂ ଓଡିଶାର ସହପ୍ରାନ୍ତ ଶିଶୁବାଟିକା ପ୍ରମୁଖ ଶୋଭାଙ୍ଗୀ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଶିଶୁବାଟିକା ୧୨ଟି ବିଭାଗର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସଭାପତି ଡ.ସୁନୀଲ କୁମାର ରଥ, ସମ୍ପାଦକ ସୁଂଧାଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ, ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଶିଶୁବାଟିକା ପ୍ରମୁଖ ବିଜୟିନୀ ଦେବୀ ଓ ସମସ୍ତ ଶିଶୁବାଟିକା ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories