www.samajalive.in
Saturday, December 6, 2025
16.1 C
Bhubaneswar

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ହକି ଶିବିର; ଖେଳାଳିଙ୍କ ଫିଟ୍‍ନେସ ପରୀକ୍ଷା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ନୂତନ ସିନ୍ଥେଟିକ୍‍ ହକି ଟର୍ଫରେ ଆରମ୍ଭ ହୋଇଛି ଜାତୀୟ ସିନିୟର ପୁରୁଷ ହକି ଶିବିର। ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ଓମାନର ମସ୍କଟ୍‍ରେ ଖେଳାଯିବାକୁ ଥିବା ଏସିଆନ ଚମ୍ପିଆନସ୍‍ ଟ୍ରଫି ହକି ଓ ଭୁବନେଶ୍ୱରରେ ନଭେମ୍ବର-ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ଲାଗି ପ୍ରସ୍ତୁତି ନେଇ ଶିବିର ଆୟୋଜିତ ହୋଇଛି।
ଏସିଆନ୍‍ ଚମ୍ପିଆନସ ଟ୍ରଫି ଲାଗି ଖେଳାଳି ମନୋନୟନ ପାଇଁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଶିବିର। ଏଥିପାଇଁ ମଙ୍ଗଳବାରରୁ ଖେଳାଳି ଶିବିରକୁ ଓହ୍ଳାଇଛନ୍ତି। ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବଜାୟ ରଖିବାରେ ବିଫଳ ହୋଇଥିବା ଭାରତୀୟ ହକି ଦଳ ତ୍ରୁଟିକୁ ସୁଧାରିବା ଉପରେ ଗୁରୁତ୍ୱ ଦିଆଯାଇଛି। ହକି ଇଣ୍ଡିଆ ପକ୍ଷରୁ ଖେଳାଳିଙ୍କ ଶାରୀରିକ ସୁସ୍ଥତାକୁ ଚଳିତ ଥର ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ସମସ୍ତ ଖେଳାଳିଙ୍କ ଶାରୀରିକ ସୁସ୍ଥତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନରେ ଫିଜିଓ ଡେଭିଜ୍‍ ୨୫ଜଣ ଖେଳାଳିଙ୍କ ଶାରୀରିକ ପରୀକ୍ଷା କରିଥିଲେ। ଏଥିରେ ପି.ଆର୍‍. ଶ୍ରୀଜେଶ, ସୂରଜ କେରକେରା, କ୍ରିଷ୍ଣା ବାହାଦୂର ପାଠକ, ହରମନ୍‍ପ୍ରୀତ୍‍ ସିଂହ, ରୁପିନ୍ଦର ପାଲ ସିଂହ, ବରୁଣ କୁମାର, ସୁରେନ୍ଦ୍ର କୁମାର, ଏସ୍‍.ଭି ସୁନୀଲ, ଆକାଶଦୀପ ସିଂହ, ଗୁରୁଜାନ୍ତ ସିଂହ, ମନ୍‍ପ୍ରୀତ୍‍ ସିଂହ, ସୁମିତ କୁମାର, ହାର୍ଦ୍ଦିକ ସିଂହଙ୍କ ସମେତ ଅନ୍ୟ ସମସ୍ତ ଖେଳାଳି ଫିଟ୍‍ନେସ ପରୀକ୍ଷା ଦେଇଥିଲେ। ସକାଳେ ଫିଟ୍‍ନେସ୍‍ ପରୀକ୍ଷା ହୋଇଥିବା ବେଳେ ଅପରାହ୍ଣରେ ଜିମ୍‍ନାସିୟମ୍‍ରେ ବ୍ୟାୟମ କରିଥିଲେ। ବୁଧବାରଠାରୁ ହକି ଅଭ୍ୟାସ ଆରମ୍ଭହେବ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories