www.samajalive.in
Saturday, December 6, 2025
19.1 C
Bhubaneswar

ଆଗୁସ୍ତା ମଧ୍ୟସ୍ଥ ମିସେଲ ନିଖୋଜ!

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତିରେ ମଧ୍ୟସ୍ଥ ଖ୍ରୀଷ୍ଟିଆନ୍‍ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ ଅଦାଲତ ମଙ୍ଗଳବାର ନିର୍ଦେଶ ଦେବା ପରଠାରୁ ମିସେଲ ନାଟକୀୟ ଭାବେ ନିଖୋଜ ହୋଇଯାଇଛନ୍ତି। ମିସେଲଙ୍କ ଓକିଲ ଅମଲ ଆଲସୁବି ଏହି ସୂଚନା ଦେଇଛନ୍ତି। ଅମଲଙ୍କ କହିବାନୁସାରେ ଏହି ମାମଲାରେ ଯେବେଠାରୁ ୟୁନାଇଟେଡ ଆରବ ଏମିରେଟ୍ସ ସରକାର ଅଦାଲତକୁ ଗଲେଣି ସେବେଠାରୁ ମିସେଲ ନିଖୋଜ ଅଛନ୍ତି। ବର୍ତ୍ତମାନ ସେ ଦୁବାଇ ଅଦାଲତ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବାର ମସୁଧା ରଖିଛନ୍ତି; ତେବେ ଧରାପଡ଼ିବା ମାତ୍ରେ ତାଙ୍କୁ ଗିରଫ କରାଯିବ ବୋଲି ଅମଲ କହିଛନ୍ତି। ବ୍ରିଟିଶ ନାଗରିକ ମିସେଲ ଗତ ବର୍ଷ ଦୁବାଇରୁ ଗିରଫ ହୋଇ ଜାମିନରେ ଥିଲେ। ଜାମିନ ପାଇଁ ଅମଲ ହିଁ ତାଙ୍କର ଓକିଲ ଥିଲେ।
ଅପରପକ୍ଷରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ଦୁବାଇ ଅଦାଲତ ରାୟ ସମ୍ପର୍କରେ କୌଣସି ବିଧିବଦ୍ଧ ପତ୍ର ମିଳି ନଥିବା କୁହାଯାଇଛି। ବୈଦେଶିକ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦେଶନାମାକୁ ସିବିଆଇ ଅପେକ୍ଷା କରିଥିବା କହିଛନ୍ତିି ଏହାର ଜଣେ ଅଧିକାରୀ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମାମଲାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା କହିଛନ୍ତି। ତେବେ ଏଭଳି ନାଟକ ମଧ୍ୟରେ ମିସେଲଙ୍କ ପ୍ରତ୍ୟର୍ପଣ ନେଇ ଯେଉଁ ଆଶା ସଞ୍ଚାର ହେଉଥିଲା ସେଥିରେ ଭଟ୍ଟା ପଡ଼ିବା ଆଶଙ୍କା ଦେଖାଦେଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ କେନ୍ଦ୍ର ସରକାର ଅତି ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟବହାର ଲାଗି ୧୨ଟି ୱେଷ୍ଟଲାଣ୍ଡ ହେଲିକପ୍ଟର କିଣିବାକୁ ଇଟାଲୀ ସହିତ ଚୁକ୍ତିବଦ୍ଧ ହୋଇଥିଲେ। ଏଥିରେ ଲାଞ୍ଚ କାରବାର ଅଭିଯୋଗ ହୋଇଥିବା ଓ ମିସେଲ ୨୨୫କୋଟି ଟଙ୍କା ନେଇଥିବା କୁହାଯାଇଥିଲା। ମିସେଲଙ୍କ ସହ କାର୍ଲୋ ଗେରୋସା ଓ ଗୁଇଡୋ ହାସ୍‍କେଙ୍କ ନାମ ରହିଥିଲା। ସରକାର ୨୦୧୪ରେ ଉକ୍ତ ଚୁକ୍ତି ବାତିଲ କରିଥିଲେ। ଏହି ମାମଲାରେ ସିବିଆଇ ମିସେଲଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories