www.samajalive.in
Wednesday, December 10, 2025
16.1 C
Bhubaneswar

ମହାମାରୀ ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ପ୍ରୟାସ, ଟାଟା ଷ୍ଟିଲ ପକ୍ଷରୁ ୩୬ଟି ସଂଗରୋଧ କେନ୍ଦ୍ରରେ ନିୟମିତ ସାନିଟାଇଜେସନ୍‍

କଳିଙ୍ଗନଗର : ଟାଟା ଷ୍ଟିଲ ପକ୍ଷରୁ କୋଭିଡ଼-୧୯ ମହାମାରୀ ସମୟରେ ସ୍ଥାନୀୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ କଳିଙ୍ଗନଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ୨୬ଟି ଗ୍ରାମ ପଞ୍ଚାୟତର ୩୬ଟି ସଂଗରୋଧ କେନ୍ଦ୍ରରେ ନିୟମିତ ଭାବେ ସାନିଟାଇଜେସନ୍‍ କାର୍ଯ୍ୟ ଜାରି ରହିଛି। ଟାଟା ଷ୍ଟିଲ ଫାଉଣ୍ଡେସନ୍‍ (ଟିଏସ୍‍ଏଫ୍‍) ପକ୍ଷରୁ ସେହି କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ୍‍ କାର୍ଯ୍ୟ ସହିତ ବିଭିନ୍ନ ପ୍ରକାର ଅନ୍ୟ କାର୍ଯ୍ୟକ୍ରମ ଜାରି ରହିଛି।

ବନ୍ଧଗାଓଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ରାଧେଶ୍ୟାମ ମହନ୍ତଙ୍କ କହିବା ଅନୁସାରେ ନିୟମିତ ବ୍ୟବଧାନରେ ପ୍ରବାସୀ ଶ୍ରମିକମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଜାରି ରହିଥିବାବେଳେ, ବାରମ୍ବାର ସଂଗରୋଧ କେନ୍ଦ୍ର ପରିସରକୁ ସାନିଟାଇଜ୍‍ କରିବା ବେଶ୍‍ ଜରୁରୀ ହୋଇପଡ଼ିଛି। ଟିଏସ୍‍ଏଫ୍‍ ଟିମ୍‍ ସହିତ ମିଳିତ ଭାବେ ଆମେ କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିପାରୁଛୁ। ଏହାସହିତ ପ୍ରବାଶୀ ଶ୍ରମିକମାନଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ପ୍ରଦାନ କରିବା ଦିଗରେ ପଦକ୍ଷେପମାନ ନିଆଯାଉଛି।

- Advertisement -

ସଚେତନତା ସ୍ତରରେ ବୃଦ୍ଧି ଆଣିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା ସହିତ ମହାମାରୀର ନିବାରଣ ଓ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ସହାୟତା ଯୋଗାଇ ଦିଆଯାଉଛି। ସ୍ଥାନୀୟ ଲୋକମାନଙ୍କୁ ରୋଗର ନିରାକରଣ, ଗୃହ ସଂଗରୋଧ, ସାମାନ୍ୟ ଲକ୍ଷଣ ଓ ସନ୍ଦିଗ୍ଧ ମାମଲା ରିପୋର୍ଟ କରିବାର ଆବଶ୍ୟକତା ସଂକ୍ରାନ୍ତରେ ସଚେତନ କରାଯାଉଛି।

ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍‍ ସାମାଜିକ ଉତ୍ତରଦାୟିତ୍ୱ (ସିଏସ୍‍ଆର) ଶାଖା ମୁଖ୍ୟ ଶ୍ରୀ ଆଲେନ୍‍ ଜୋସେଫ୍‍ କହିଛନ୍ତି ଯେ, “ଏହି କଷ୍ଟକର ସମୟରେ ଟାଟା ଷ୍ଟିଲ ସ୍ଥାନୀୟ ଲୋକମାନଙ୍କ ସହିତ ଦୃଢତାର ସହ ଠିଆ ହୋଇଛି। ଅନ୍ୟ ରାଜ୍ୟରୁ ଲୋକମାନେ ଫେରିବା ଆରମ୍ଭ କରିବା ସମୟରେ ପ୍ରଶାସନ ପକ୍ଷରୁ ଆମକୁ ବ୍ଲିଚିଂ ପାଉଡ଼ର ଯୋଗାଇବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ପରିସ୍ଥିତିର ଜଟିଳତାକୁ ହୃଦବୋଧ କରିବା ସହିତ ଆମେ ଆଉ ଗୋଟିଏ ପାଦ ଆଗକୁ ଯିବା ସହିତ ସମସ୍ତ ସରକାରୀ ସଂଗରୋଧ କେନ୍ଦ୍ରକୁ ବ୍ୟବହାର ନିମନ୍ତେ ସୁରକ୍ଷିତ ରଖିବା ପାଇଁ ନିୟମିତ ଭାବେ ଜୀବାଣୁନାଶକ ସ୍ପ୍ରେ କାର୍ଯ୍ୟକୁ ସୁନିଶ୍ଚିତ କରିଥିଲୁ”।

ଏହାପୂର୍ବରୁ, ଟାଟା ଷ୍ଟିଲ କଳିଙ୍ଗନଗର ସିଏସ୍‍ଆର ଶାଖା ଓ ନିରାପତ୍ତା ବିଭାଗ ତରଫରୁ ବାରଗାଡ଼ିଆ, ଡୁବୁରୀ, ଗୋବରଘାଟି, ପଙ୍କପାଳ, ମାନତିରା ଓ ଜଖପୁରା ସମେତ ୧୨ଟି ଗ୍ରାମ ପଞ୍ଚାୟତରେ ଜୀବାଣୁନାଶକ ସ୍ପ୍ରେ ପ୍ରୟୋଗ କରାଯାଇଥିଲା। ଏହି ପ୍ରକ୍ରିୟାରେ ପଞ୍ଚାୟତିରାଜ ସଦସ୍ୟ ଓ ସ୍ଥାନୀୟ ଯୁବବର୍ଗଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଡୁବୁରୀ ଓ ସୁକିନ୍ଦାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବଜାରରେ ମଧ୍ୟ ସାନିଟାଇଜେସନ୍‍ କାର୍ଯ୍ୟ କରାଯାଇଥିଲା। ଏହାବ୍ୟତୀତ, ବ୍ଲକ୍‍ ପ୍ରଶାସନର ଅନୁରୋଧ ପରେ ଡୁବୁରୀସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‍ସି) ରେ ଜଣେ ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ଜଣାପଡ଼ିବା ପରେ ଅତି ନିକଟରେ ଏହି ପିଏଚ୍‍ସିରେ ଜୀବାଣୁନାଶକ ସ୍ପ୍ରେ କରାଯାଇଥିଲା।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories