www.samajalive.in
Wednesday, December 10, 2025
23.1 C
Bhubaneswar

‘ଭତ୍ତା ଗୁଟେ ନାଇଁ ମିଲୁସେ, କେନ ଖାଏବା’, ୮୦ ବର୍ଷୀୟ ଜେମାଙ୍କୁ ମିଳୁନି ଭତ୍ତା

ବଙ୍ଗୋମୁଣ୍ଡା: ସରକାରଙ୍କ ମାଳ ମାଳ ଯୋଜନା ସତ୍ୱେ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସାମାଜିକ ସୁରକ୍ଷା ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିଲେ ମଧ୍ୟ ବଙ୍ଗୋମୁଣ୍ଡା ବ୍ଲକରେ ବହୁ ଲୋକ ଭତ୍ତା ପାଉନଥିବା ଅଭିଯୋଗ ହେଉଛି।

ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗାଁରେ ଅନେକ ୭୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ଭତ୍ତା ପାଇନାହାନ୍ତି। ଗାଁର ଜେମା ଗହୀର, ବୟସ ୮୦ ରୁ ଅଧିକ। ୧୦ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହୋଇ ସାରିଛି। ପୁଅ ଝିଅ କେହି ନାହାନ୍ତି। ସଂପର୍କୀୟ ପୁତୁରାଙ୍କ ଠାରେ ଆଶ୍ରୟ ନେଉଛନ୍ତି। କେବଳ ଚାଉଳ କାର୍ଡ ଖଣ୍ଡିକ ରହିଛି। ବାର୍ଦ୍ଧକ୍ୟ ଭତ୍ତା ଏ ଯାଏଁ ମିଳିନାହିଁ। ବାରମ୍ବାର ହାରି ଗୁହାରୀ କରିବା ପରେ ମଧ୍ୟ କେହି ଶୁଣିଲେନି। ସେ କୋହଭରା କାନ୍ଥରେ ଆମ ସମ୍ବାଦଦାତାଙ୍କୁ କହିଛନ୍ତି, ଭତ୍ତା ଗୁଟେ ନାଇଁ ମିଲୁସେ। କେତେ ଲୋକ କେ କହେଲି ନେ। ଏବେ ଆରୁ କାହାକେ କହେମି। ମିଲୁ କି ନାଇଁ ମିଲୁ। ମଲା ବେଲକେ ମିଲଲେ କେନ ଖାଏବା ବୋଲି କୋହ ଭରା କଣ୍ଠରେ ପ୍ରକାଶ କରନ୍ତି। ଏଭଳି ଅନେକ ବୃଦ୍ଧା ବୟସର ଅପରାହ୍ନରେ ଭତ୍ତା ଅପେକ୍ଷା ରେ ରହିଯାଇଛନ୍ତି। ତଥାପି ତାଙ୍କୁ ମିଳିନାହିଁ।

- Advertisement -

ସେହିପରି ଗାଁର ଲାଲମତି ଗହୀର (୮୦), ଶାକା କୁମାର ବାଗ(୭୦), ସୁଶୀଳା ଗହୀର (୬୫) ପ୍ରମୁଖ ମହିଳାମାନେ ଭତ୍ତା ଅପେକ୍ଷାରେ ରହିଥିବା ବେଳେ ପ୍ରଶାସନ ଏମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମର ସୁମନ୍ତ ବାଗ ଦାବି କରିଛନ୍ତି। ଏ ସଂପର୍କରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଜଣାଇବାରୁ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ଭତ୍ତା ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories