ଫିଟିଲା କାଳିଆ ଗୁମର; ହିତାଧିକାରୀଙ୍କ ତାଲିକାରେ ସରକାରୀ ବାବୁ ଓ ନାବାଳକ

0

ଭୁବନେଶ୍ୱର: ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ଏନେଇ ରାଜ୍ୟ ସରକାର ଏକ ତାଲିକା ଜାରି କରିଛନ୍ତି । ବଡ଼ ଚାଷୀ, ନାବାଳକ- ନାବାଳିକା ଏବଂ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କ ସମେତ ମୋଟ ୩ ଲକ୍ଷ ୪୧ ହଜାର ଆଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ସମ୍ପୃକ୍ତ ରହିଛନ୍ତି । ସରକାରୀ ଚାକିରିଆ ଓ ପେନ୍‌ସନ୍‌ଧାରୀ ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି । ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ୍‌ଧାରୀ ‘କାଳିଆ’ ଯୋଜନାରୁ ଲାଭବାନ୍‌ ହୋଇଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ।

prayash

ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୧୨ ହଜାର ବଡ଼ ଚାଷୀ,୯ ହଜାର ନାବାଳକ ଓ ନାବାଳିକା, ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ୍‌ଧାରୀ, ୩ ଲକ୍ଷ ଲୋକ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ରହିଛନ୍ତି । ଟଙ୍କା ଫେରସ୍ତ କରିବା ପାଇଁ ଏମାନଙ୍କୁ କୃଷି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ଆକାଉଣ୍ଟ ନମ୍ୱର ଜାରି କରାଯାଇଛି । ସରକାରୀ ଚାକିରିଆ ଟଙ୍କା ନ ଫେରାଇଲେ ତାଙ୍କ ଦରମାରୁ ଭରଣ କରାଯିବ । ସେହିପରି ପେନ୍‌ସନ୍‌ଧାରୀ ଟଙ୍କା ଫେରସ୍ତ ନକଲେ ତାଙ୍କ ପେନସନ୍‌ରୁ ଟଙ୍କା ଭରଣ କରାଯିବ । ଗୋଟିଏ ପରିବାରରୁ ଟଙ୍କା ପାଇଥିବା ଏକାଧିକ ସଦସ୍ୟ ଫେରସ୍ତ ନକଲେ ପରବର୍ତ୍ତି କିସ୍ତିରୁ ଭରଣ କରାଯିବ ବୋଲି ଅରୁଣ ସାହୁ କହିଛନ୍ତି । ସେହିପରି ବଡ଼ ଚାଷୀଙ୍କୁ ମଧ୍ୟ ଟଙ୍କା ଫେରାଇବାକୁ ଅନୁରୋଧ କରିଛନ୍ତି।

kalyan agarbati
Leave A Reply