www.samajalive.in
Saturday, December 6, 2025
17.1 C
Bhubaneswar

ଜାହ୍ନବୀ ମଠ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

କଳାପଥର: ନରଗାଙ୍ଗ ପଞ୍ଚାୟତରେ ଅବସ୍ଥିତ ଜାହ୍ନବୀ ମଠ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ମୂଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ମାଧ୍ୟମରେ ଚଳିତ ୨୩/୨୪ ଆର୍ଥିକ ବର୍ଷରେ ଉକ୍ତ ମଠର ଉନ୍ନତିକରଣ କରିବାକୁ ମଞ୍ଜୁର ହୋଇଥିବା ୧୦ ଲକ୍ଷ ଟଙ୍କାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇ ମଞ୍ଜୁର ହୋଇଥିବା ଅର୍ଥରୁ ସିଂହଭାଗ ଅର୍ଥ ବାଟମାରଣା କରାଯାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ , ନରଗାଙ୍ଗ ସ୍ଥିତ ଜାହ୍ନବୀ ମଠର ନିର୍ମାଣ କାର୍ଯ୍ୟ ପାଇଁ ୨୩/୨୪ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା । ଉକ୍ତ ଅର୍ଥ ମଞ୍ଜୁର ପରେ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ନାମରେ କାର୍ୟ୍ୟାଦେଶ ମଞ୍ଜୁର କରାଯାଇଥିବା ବେଳେ କାର୍ଯ୍ୟଟିକୁ ଉକ୍ତ ପଞ୍ଚାୟତର ଶାସକ ଦଳର କିଛି କର୍ମୀ କରିଥିଲେ । ତେବେ ସରକାରୀ ଆକଳନ ଅନୁସାରେ କାର୍ୟ୍ୟଟି କରାନଯାଇ ଅତି ନିମ୍ନମାନର କାର୍ଯ୍ୟ କରାଯାଇ ମଞ୍ଜୁର ଅର୍ଥକୁ ଉଠାଇ ନିଆଯାଇଛି । ଇଟା , ବାଲି , ସିମେଣ୍ଟ ପରିମାଣ ଯେଉଁ ଭାଗମାପରେ କରାଯିବା କଥା ସେଭଳି କରାଯାଇନାହିଁ କିମ୍ବା ଗ୍ରିଲ ଗୁଡ଼ିକର କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

- Advertisement -

୩ ଫୁଟ ୬ ଇଞ୍ଚ ଉଚ୍ଚତା ଗ୍ରିଲରେ ଅତି ବେଶୀରେ ୩ ଇଞ୍ଚରୁ ୪ ଇଞ୍ଚ ମଧ୍ୟରେ ଗୋଟିଏ ଲେଖାଏଁ ଛଡ ବ୍ୟବହାର କରିବାର ନିୟମ ଥିବା ବେଳେ ମାତ୍ର ଦୁଇଟି ଗ୍ରିଲ ରଡ୍ ଲଗାଯାଇଛି । ଯାହାକି କେତେବେଳେ ଭାଙ୍ଗିଯିବାର ସମ୍ଭାବନା ରହିଛି।
ଏଥିନେଇ ବିଭାଗୀୟ ଯନ୍ତ୍ରୀ ସମରେନ୍ଦ୍ର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ, ଭାଙ୍ଗିଗଲା ପରେ ଆଉ ଥରେ ତିଆରି କରାଯିବ। ବିଡ଼ିଓ ଅଂଶୁମାନ ଦାସ କହିଛନ୍ତି, ଘଟଣାର ତଦନ୍ତ କରିବେ। ତେବେ ବ୍ଲକ ଅଧକ୍ଷ ପ୍ରଣବ ପଟେଲ କୌଣସି ମତାମତ ଦେଇ ନାହାଁନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories