www.samajalive.in
Saturday, December 6, 2025
23.1 C
Bhubaneswar

ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ହେଉଛି।  ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଏହା ସହିତ ଓଡ଼ିଶାର ୪୨ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେଉଛି । ନିର୍ବାଚନ ପରିଚାଳନା ନିମନ୍ତେ ୧୦.୯ ଲକ୍ଷ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ୧.୦୯ ଲକ୍ଷ ମତଦାନ କେନ୍ଦ୍ରରେ ୧୦.୦୬ କୋଟିରୁ ଅଧିକ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ହେବାକୁ ଥିବା ଆସନଗୁଡିକ ମଧ୍ୟରେ ବିହାରର ୮ଟି, ହିମାଚଳ ପ୍ରଦେଶର ୪ଟି, ଝାଡଖଣ୍ଡର ୩ଟି, ଓଡ଼ିଶାର ୬ଟି, ପଞ୍ଜାବର ୧୩ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ୧ଟି ଅଛି। ଏହି ପର୍ଯ୍ୟାୟରେ ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ଅଜୟ ରାୟ, ବିଜେପିର କଙ୍ଗନା ରଣାୱତ, କଂଗ୍ରେସର ବିକ୍ରମାଦିତ୍ୟ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, କଂଗ୍ରେସର ସତପାଲ ସିଂହ ରୈଜାଦା, ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ, ଆରଜେଡିର ମିଶା ଭାରତୀ, କଂଗ୍ରେସର ଚରଣଜିତ ସିଂହ ଚାନ୍ନି ଓ ଅକାଳୀ ଦଳର ହରସିମରତ ସିଂହ କୌର ବାଦଲ। ଜୁନ୍ ୪ ତାରିଖରେ ସମସ୍ତ ୫୪୨ଟି ଲୋକସଭା ଆସନ ସହିତ ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନର ଭୋଟ ଗଣତି ହେବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories